STORYMIRROR

Binata Mohanta

Romance

3  

Binata Mohanta

Romance

ମନେ ପଡ ତମେ ବସନ୍ତରେ  .........

ମନେ ପଡ ତମେ ବସନ୍ତରେ  .........

1 min
260

ଆସିଛି କୋଇଲି ସନ୍ଦେଶ ନେଇ

କୁହୁ କୁହୁ ଡାକେ ମଧୁର ବୋଳି

      ଲେଖ ଦୁଇ ଧାଡ଼ି ବସନ୍ତ ପାଇଁ

      କ'ଣ ବସନ୍ତକୁ ସ୍ୱାଗତ କରିବ ନାହିଁ ? 


ମନେ ପକାଇ ଦେଲା ତାର କୁହୁକର ତାନ

ଶୁଣି ତା ଡାକ ଭାବୁକ ହୋଇଲା ମୋ ମନ

        ମୋ ପାଇଁ ଏହି ଋତୁ ଅଟେ ପ୍ରେମର

        ବିରହରେ ମନେପଡେ ଛବି ପ୍ରିୟଙ୍କର ।। 


ମନେ ଘାରୁ ଥିଲା ମୋ ପ୍ରିୟଙ୍କ ବ୍ୟଥା

ଭାବୁ ଥିଲି ମୁହିଁ ତାଙ୍କରି କଥା

          ମନେପଡେ ସମସ୍ତ ପ୍ରେମର ଆଳାପ

          ସ୍ମୃତିରେ ତାହା ଲାଗେ କାଳ୍ପନିକ ।।


ବାଡିରୁ ଛୁଟୁଛି ବଉଳର ବାସନା

ତା' ସହ କୋଇଲି ସ୍ୱର ମୂର୍ଚ୍ଛନା

            ମୃଦୁ ମହକ ପହଞ୍ଚିଲା ଆଘ୍ରାଣେ

            ଚଞ୍ଚଳତା ଖେଳିଗଲା ମୋ ପ୍ରାଣେ ।। 


ରଙ୍ଗ ବେରଙ୍ଗ ଫୁଲ ଫୁଟିଛି ଆମ ବଗିଚାରେ

ମତୁଆଲା ହେଉଛି ମୁଁ ମୃଦୁ ମହକରେ

             ଝଲସୁଛି ମୋ ପ୍ରିୟର ମୁହଁ

             ଭାବନାର ପ୍ରତିଟି ଫୁଲରେ ।। 


ପନିପରିବାରେ ହରାଭରା ମୋ ବଗିଚା

ପ୍ରିୟଙ୍କ ନିମନ୍ତେ ବ୍ୟଞ୍ଜନ ପ୍ରସ୍ତୁତିର ଇଚ୍ଛା

             ସବୁଜିମା ଦେଖି ମନେ ପଡ ପୁଣି

          ଚମକାଇ ଦିଅ ମୋତେ ମୋ ହୃଦୟର ବ୍ୟଥା ଜାଣି ।।



      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance