STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ସଜ ସେଫାଳିର ମିଠା ମହକ

ସଜ ସେଫାଳିର ମିଠା ମହକ

1 min
179

   


     ସଜ ସେଫାଳିର ମିଠା ମହକରେ

        ଉଛୁଳେ ସକାଳ ଆଜି

      ବାତାୟନ ପାସେ  ତୁମ କଥା ଭାବି

        ସପନେ ଯାଉଛି ହଜି


    ତୁମେ ଯେବେ ଯାଅ ମୋ ମନକୁ ଛୁଇଁ

        ମହକି ଯାଏ ମୋ ମନ

    ଚଞ୍ଚଳ ଚଞ୍ଚଳ ମନ ମୋ ଚଞ୍ଚଳ

        ଭଲ ଲାଗେ ସାରା ଦିନ

    ହଜାରେ ଆଶାର ଉଆସ ତୋଳେ ମୁଁ

       ଅଜାଣତେ ଆଖି ବୁଜି ....


   କେବେ ସାଥୀ ତୁମେ ସାଥୀ କରି ନେବ

       ଶାଖି ରଖି ସାତ ଦୀପ

   ସକାଳ ଆସିଲେ ଭାବେ ବସି କେବେ

        ସତ ହେବ ଆମ ଗପ

   ତୁମ ଅଗଣାରେ  ପାଦ ମୁଁ ରଖିବି

        ନବ ବଧୂ ବେଶ ସାଜି ...


       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance