STORYMIRROR

Bharatabandhu Biswal

Romance Inspirational

3  

Bharatabandhu Biswal

Romance Inspirational

ଏକାଠି ଜୀଇବା ଏକାଠି ମରିବା

ଏକାଠି ଜୀଇବା ଏକାଠି ମରିବା

1 min
134


ଦିନ ବିତେ ରାତି ହୁଏ ଗଡି ଗଡି ଯାଉଥାଏ

ସମୟର ରଥ ଚକ ସଦା ଗତିଶୀଳ 

ଚାହିଁ ରହେ ଏକଲୟେ ଚନ୍ଦ୍ରମାକୁ କୁମୁଦିନୀ

ସୂରୁଜକୁ ଚାହିଁଥାଏ ଦିବସରେ କମଳ ।


ଥିଲେ ଦୂରେ ପ୍ରବାସରେ ପ୍ରିୟା ପାଇଁ ମନ ଝୁରେ

ନାଚି ଯାଏ ଆଖି ଆଗେ ପ୍ରିୟା ମୁଖ ମଣ୍ଡଳ 

ଲାଗେ ସବୁ ଫିକା ଫିକା ତୁମ ବିନା ପ୍ରାଣପ୍ରିୟା

ଅସାର ସଂସାର ସୁଖ ମନ ହୁଏ ଅଧୀର ।


ଜୀବନର ମରୁବୁକେ ଛାୟା ତୁମେ ସୁଶୀତଳ

ସ୍ନେହ ପ୍ରେମ ମମତାର ଅମୃତ ନିର୍ଝର 

ନିଦ୍ରା ତୁମେ ନିଶୀଥ ବି ସ୍ୱପ୍ନ ମୋ ଆଖିର

ସାଥୀ ତୁମେ ଜୀବନର ଜନ୍ମ ଜନ୍ମାନ୍ତର ।


କଥା ଦିଅ ପ୍ରିୟତମା ହରାଇବା ନାହିଁ ଆଶା

ଏକାଠି ଜୀଇବା ଆମେ ଏକାଠି ମରିବା

ଧରାଧରି ହୋଇ ହାତ ଚାଲୁଥିବା ନିରନ୍ତର 

ଏକମନ ଏକପ୍ରାଣ ସୁବିଶ୍ୱାସେ ବଞ୍ଚିବା ।

   -------



Rate this content
Log in

Similar oriya poem from Romance