Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Romance

3  

Santosh Kumar Ojha

Romance

ପ୍ରେମ ବନ୍ଧନ

ପ୍ରେମ ବନ୍ଧନ

1 min
200



ପହିଲି ପ୍ରେମର

ପଥ ତ ଖସରା

ପଛକୁ ଫେରିବା କଷ୍ଟ ,

ପରକୀୟା ପ୍ରେମ

ପରମାଣୁ ବୋମା

ପରିଣାମେ ପ୍ରାଣ ନଷ୍ଟ ।

ପାକୁଆ ପାଟି କୁ

ପାଚିଲା ପଣସ

ପାଗ ଭିଡ଼ୁ ଥାଏ ରଜ ,

ପାକଳ ବୟସ

ପାଣିଚିଆ ଲାଗେ

ପାଖେଇ ଆସିଲେ ସଂଜ ।

ପିଆସୀ ରାଧିକା

ପିଇଯାନ୍ତି ଏକା

ପିଆଲାରେ କୃଷ୍ଣ ପ୍ରେମ ,

ପିଶାଚୀ ସଖିଙ୍କୁ

ପିତା ପିତା ଲାଗେ

ପିତା ଶୁଖୁଆ ରେ ନିମ ।

ପୀୟୂଷ ପୀୟୂଷ

ପୀତବାସ ହସ

ପୀରତି ମଦିରା ସମ ,

ପୀନ ସ୍ତନୀ ରାଈ

ପୀଠ ଖୋଜୁ ଥାଇ

ପୀଡ଼ାରୁ ହେବେ ଉପଶମ ।

ପୁନେଁଇ ର ଚାନ୍ଦ

ପୁରୁଣା ଦିଶୁଛି

ପୁଣି ଦେଖେ ଯେବେ ତମ ମୁହଁ ,

ପୁରାତନ ପ୍ରେମ

ପୁଞ୍ଜେ କୋହ ଧରି

ପୁଣି ଝରି ଯାଏ ହେଇ ଲୁହ ।

ପୂତନାରି ସ୍ବନ

ପୂବେଇ ପବନ 

ପୂରାଏ ରାଧିକା କାନେ ,

ପୂର୍ବ ଦ୍ବାର ଜଗେ

ପୂତନା ନଣନ୍ଦ 

ପୂତା ରାଈ କାନ୍ଦେ ମନେ ।

ପୃଥ୍ବୀ ଘୂରେ ବୋଲି

ପୃଥା ପୁତୁରା ର

ପୃଥକ ପୃଥକ ମନ ,

ପୃଥୁ ନିତମ୍ବିନୀ

ପୃଚ୍ଛନ୍ତେ ରାଈଙ୍କୁ

ପୃଥକ ଲାଗେ କି ପ୍ରେମ ?

ପେଶଳ କହ୍ନେଇ

ପେଶିଲା କି ବାଣ

ପେରମେ ଘାଇଲା ରାଈ ,

ପେତୁଣୀ ନଣନ୍ଦ 

ପେଞ୍ଚମାରି କହେ

ପେଟେ ଦାନା ଯାଉ ନାହିଁ ।

ପୋଖରୀ ପାଣିରେ

ପୋକ ସାଲୁବାଲୁ 

ପୋଡ଼ା ମୁହୀଁ ଚାଲ ଯିବା ଯମୁନା ,

ପୋଡ଼ି ଗଲେ ଯାଉ

ପୋଡ଼ା ସଂସାର ମୋ'

ପୋଛି ପାରୁ ନାହିଁ ମନରୁ କାହ୍ନା ।

ପୌରୁଷ ଦେଖିଛି

ପୌରବୀ ପତିର

ପୌଷ ପୂର୍ଣ୍ଣିମା ଦିନ ,

ପୌର୍ଣ୍ଣିମ ଯାହାଙ୍କୁ

ପୌଚ ଭାବେ ତାରେ

ପୌଗଣ୍ଡ ରେ ଦେଲି ମନ ।

        


Rate this content
Log in

Similar oriya poem from Romance