Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Romance

3  

Santosh Kumar Ojha

Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
155



ନହୁଲି ବୟସେ

ପହିଲି ପ୍ରେମ ଏ

ଆଖିରେ ମହୁଲି ନିଶା,

ଚହଲି ଯାଏ ମୋ

କଅଁଳ ଛାତିଟା

ଓଠରେ କାଉଁରି ଭାଷା ।


ଘରକୁ ତ ଡର

ପରକୁ ବି ଡର

ଆଲୁଅକୁ ବେଶୀ ଡର,

ହସିବାକୁ ଡର

କାନ୍ଦିବାକୁ ଡର

ଅନ୍ଧାରକୁ ନାହିଁ ଡର ।

ମନ ହୁଏ ସିନା 

ଲେଖିବାକୁ ଚିଠି

ଲେଖିପାରେ ନାହିଁ ଡରି,

ଯଦି ବି ଲେଖିଲି

ଦେବା ପାଇଁ ଡର

ଡରି ଡରି ଯାଏ ମରି ।

ଏତେ ଡରି ଡରି

ମରୁ ନଈ ପରି

ମରି ଯାଏ ସବୁ ଆଶା,

ଜାଣି ନଥିଲି ମୁଁ

ଏଡ଼େ କଷ୍ଟ ଏଇ

ପହିଲି ପ୍ରେମର ଭାଷା ।


ଖାଇବାକୁ ବିଷ

ପିଇବାକୁ ବିଷ

ଜିଇଁବାକୁ ଲାଗେ ବିଷ,

ଯୁଆଡ଼େ ଚାହିଁଲେ

ବିଷ ପରି ଲାଗେ

ସପନ ଲାଗୁଛି ବିଷ ।

ମନ କହେ ସିନା

ମନ କଥା ଖୋଲି

କହିବାକୁ ଆନ ପାଶେ,

ଏ କାନ ସେ କାନ

ହେଇ ଯିବ ଭାବି

ମନ ମୋ ପଛେଇ ଆସେ ।

ନା ପାରେ କହି

ନା ପାରେ ସହି

ମିଛେ ହୁଏ ଲୋକହସା,

ଜାଣି ମୁଁ ନଥିଲି 

ଏତେ ମତୁଆଲି

ପହିଲି ପ୍ରେମର ନିଶା ।



Rate this content
Log in

Similar oriya poem from Romance