STORYMIRROR

jagabandhu sahu

Romance

3  

jagabandhu sahu

Romance

ହାପି ଚକେଲେଟ୍ ଡେ

ହାପି ଚକେଲେଟ୍ ଡେ

1 min
159

ଆଣିଛି ମୁଁ ଆଜି ଚକେଲେଟ କିଣି

    କର ନାହିଁ ଜମା ଡେରି

ସହଳେ ଆସ ଗୋ  ମନର ମାନସୀ

    ଉଛୁର ଜମା ନକରି ॥


ଗୋଟେ ଚକେଲେଟ୍ ଦୁଇ ପାଖୁ ଆମେ

    ମିଶିକି ଯେବେ ଖାଇବା

ତେବେ ଯାଇ ଏଇ ପ୍ରେମର ମଜାଟି

    ପ୍ରିୟା ଗୋ ଆମେ ପାଇବା ॥


ଚକେଲ୍ଟ୍ ଦିବସ ବିତାଇବା ପ୍ରିୟା

    ଚକେଲେଟ୍ ଆମେ ଖାଇ

କୁଣ୍ଢାକୁଣ୍ଢି ଟିକେ  ହୋଇଯିବା ଆମେ

    ମିଳନର ଗୀତ ଗାଇ ॥


ସାକ୍ଷୀ ରହିଥିବ   ପ୍ରେମ ଋତୁ ଏଇ

   ତୁମେ ନାୟିକା ମୋହର

ଲେଖି ଦେଇ ଯିବା ନୂଆଁ କାହାଣୀଟେ 

   ତୁମେ ମୋର ମୁଁ ତୁମର ॥


Rate this content
Log in

Similar oriya poem from Romance