ତୁମରି ପ୍ରତୀକ୍ଷା
ତୁମରି ପ୍ରତୀକ୍ଷା
ପରଦେଶୀ ପ୍ରେମୀ ଘର ଲେଉଟାଣି
ପଠାଇଲେ ଯେବେ ସନ୍ଦେଶ
ମନ ହୃଦୟ ବିହ୍ୱଳିତ ହେଲା
ତନ ହୋଇଲା ଉଲ୍ଲାସ ।
ଦିବା ଆଲୋକେ ନୟନେ ମୋର
ଦେଖୁଚି ତୁମରି ସ୍ୱପ୍ନ ଛବି
ରାତ୍ରି କେମିତି କଟି ଯାଉଛି
ତୁମ କଥା ଭାବି ଭାବି ।
ସବୁ କିଛି ଏବେ ଲାଗୁଛି ରଙ୍ଗୀନ୍
ମନେ ମନେ ମୁରୁକି ହସୁଛି
ବିଶେଷ ମୁହୂର୍ତ୍ତ ସବୁକୁ ଭାବି
ଗୁଣୁ ଗୁଣୁ ସ୍ୱରେ ଗାଉଛି ।
ଦର୍ପଣ ସମ୍ମୁଖେ ହେଉଛି ଶୃଙ୍ଗାର
ନିଜକୁ କରୁଛି ପ୍ରସ୍ତୁତ
ସୁନ୍ଦର ପରି ପାଟିରେ ସାଜୁଛି
ପ୍ରିୟର ଇଚ୍ଛା ମୁତାବକ ।
ପ୍ରେମର ମଧୁର ସ୍ପର୍ଶ ଶିଖାଏ
ସ୍ନେହ ବନ୍ଧୁତ୍ୱର ମହତ୍ତ୍ଵ
ପ୍ରିୟଙ୍କର ଆସିବା ଖବର କଲା
ସମସ୍ତ ପ୍ରତୀକ୍ଷାର ଅନ୍ତ ।

