ତୁମ ପ୍ରେମ ଦିଏ ଖୁସି
ତୁମ ପ୍ରେମ ଦିଏ ଖୁସି
ଦିନ ଥିଲା ମୁଁ ତ ଏକୁଟିଆ ଥିଲି
ଏକା ଏକା ବଞ୍ଚୁଥିଲି
ସମୟାନୁସାରେ ତୁମେ ଆସିଗଲ
ବୋଳିଲ ଦେହେ ରଙ୍ଗୋଲି ।
ବରଷା ବିନ୍ଦୁରେ ଦେହେ ଲାଗିଥିବା
ସବୁ ରଙ୍ଗ ଧୋଇଯାଏ
ପ୍ରେମ ରଙ୍ଗ କିନ୍ତୁ ପ୍ରୀତି ବରଷାରେ
ବେଶୀ ଗାଢ଼ ଦେଖାହୁଏ ।
ଜୀବନ ପଥରେ ଏକା ଚାଲୁଥିଲି
ଚାଲିଲେ ସାଥୀ ଯେ ଦୁଇ
ସାଥୀ ଥିଲେ ସାଥେ ଦୂର ଲାଗେ କତି
ବାଟ ଜଣାପଡ଼େ ନାହିଁ ।
ଝଡ଼ଝଞ୍ଜା ଏହି ଜୀବନ ଭିତରେ
ଧର୍ଯ୍ୟହରା ଯେବେ ହୁଏ
ପାଖେ ପାଖେ ରହି ସାହାସ ଯୋଗାଅ
ମନ ବଳ ବଢ଼ିଯାଏ ।
ବିରହ ହୃଦୟେ ଦିଅ ଯେ ଆହ୍ଲାଦ
ସୁଖେ ଦୁଃଖେ ଥାଅ ସାଥୀ
ତୁମ କୋଳ କ୍ଲାନ୍ତି ଦୂରାଏ ସକଳ
ମିଠା କଥା ଦିଏ ଶାନ୍ତି ।
ପ୍ରୀୟା ଥିଲେ ପାଶେ ସବୁ ରାତି ପରା
ଲାଗଇ ଚାନ୍ଦିନୀ ରାତି
କଣ୍ଟା ମୟ ପଥ ଲାଗେ ଫୁଲ ପରି
ପ୍ରତି କାର୍ଯ୍ୟ ଯାଉ ଜିତି ।
କଳ୍ପନାରେ ତୁମେ ନିତି ଆସ ରୁହ
ହୃଦୟରେ ଦିବା ନିଶି
ତୁମେ ପ୍ରିୟତମା ତୁମ ପ୍ରେମ ପରା
ଦିଏ ଅନାବିଳ ଖୁସି ।

