STORYMIRROR

Suresh chandra Padhy

Romance

3  

Suresh chandra Padhy

Romance

ପହିଲି ପ୍ରେମ

ପହିଲି ପ୍ରେମ

1 min
107


ପହିଲି ପ୍ରେମର ଛୁଆଁ 

        ମତୁଆଲା କଲା

ଯେବେ ତୋ' ଦେହର ବାସ୍ନା

        ମୋତେ ଛୁଇଁ ଗଲା

ଆଖି ତୋର ନୀତି କଥା

        ମୋତେ କହୁଥିଲା

ଆଖିରେ ତୋର ପ୍ରେମ

       ମୋତେ ଠାର ଦେଲା

ଅମାନିଆ ଓଠ ତୋର

        କିଛି କହୁଥିଲା

ପ୍ରେମ ଋତୁରେ ପ୍ରେମର

        ପୁଲକ ଭରିଲା

ପହିଲି ପ୍ରେମର ଦେଖା ସ୍ମୃତି

        ହୋଇ ରହିଗଲା

ସେ ସ୍ମୃତି ମୋ ମନରେ ସଦା

        ଜାଗ୍ରତ ହୋଇଲା

ମିଠା ମିଠା କଥା ତୋର

       ମନ ମୋହି ଥିଲା

ତୋର ଚୋରା ଚାହାଣି 

       ପ୍ରେମିକ କରିଲା

ପ୍ରେମ ବସନ୍ତରେ ମଧୁ

        ମଳୟ ବହିଲା

ପ୍ରେମ ତୋର ବଞ୍ଚିବାର

        ରାହା ଦେଇଥିଲା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance