ପହିଲି ପ୍ରେମ
ପହିଲି ପ୍ରେମ
ପହିଲି ପ୍ରେମର ଛୁଆଁ
ମତୁଆଲା କଲା
ଯେବେ ତୋ' ଦେହର ବାସ୍ନା
ମୋତେ ଛୁଇଁ ଗଲା
ଆଖି ତୋର ନୀତି କଥା
ମୋତେ କହୁଥିଲା
ଆଖିରେ ତୋର ପ୍ରେମ
ମୋତେ ଠାର ଦେଲା
ଅମାନିଆ ଓଠ ତୋର
କିଛି କହୁଥିଲା
ପ୍ରେମ ଋତୁରେ ପ୍ରେମର
ପୁଲକ ଭରିଲା
ପହିଲି ପ୍ରେମର ଦେଖା ସ୍ମୃତି
ହୋଇ ରହିଗଲା
ସେ ସ୍ମୃତି ମୋ ମନରେ ସଦା
ଜାଗ୍ରତ ହୋଇଲା
ମିଠା ମିଠା କଥା ତୋର
ମନ ମୋହି ଥିଲା
ତୋର ଚୋରା ଚାହାଣି
ପ୍ରେମିକ କରିଲା
ପ୍ରେମ ବସନ୍ତରେ ମଧୁ
ମଳୟ ବହିଲା
ପ୍ରେମ ତୋର ବଞ୍ଚିବାର
ରାହା ଦେଇଥିଲା।

