ହାପି ପ୍ରପୋଜ ଡେ
ହାପି ପ୍ରପୋଜ ଡେ
କାଲି ଦେଇଥିଲି ଗୋଲାପକୁ ପ୍ରିୟା
ଆଜି ଦେଉଅଛି ମନ
ଏଇ ଯେ ମୋର ମନ ଆକାଶରେ
ତୁମେ ମୋ ପୁନେଇଁ ଜହ୍ନ ॥
ଦ୍ବିତୀୟ ଦିବସେ ପ୍ରସ୍ତାବ ଟେ ପ୍ରିୟା
ଆଣିଛି ମୁଁ ତୁମ ପାଇଁ
ରାଗ-ରୁଷା-ମାନ-ଅଭିମାନ ଭୁଲି
ଥିବା ଦୁହେଁ ସାଥି ହୋଇ ॥
ସ୍ନେହ ଶ୍ରଦ୍ଧା ପ୍ରୀତି ମାଖି ଜୀବନରେ
ନିତି ହେଉଥିବା ଭେଟ
ପାଦରେ ପାଦକୁ ମିଶେଇ ଗୋ ପ୍ରିୟା
ଚାଲିବା ଜୀବନ ବାଟ॥

