Happy rose day
Happy rose day
ଗୋଲାପ ଆଣିଛି ତୋଳି ଗୋ ସଜନୀ
କଣ୍ଟାର ଆଘାତ ସହି
ମନ କଥା ମୋର ତୁମରି ଆଗରେ
ସବୁ ଦେବା ପାଇଁ କହି ।
ପ୍ରଥମ ଦେଖାରେ ତୁମକୁ ସଜନୀ
ପାଇ ବସିଛି ଗୋ ଭଲ
ତୁମ ରୂପ ହସ କରିଛି କିମିଆ
ବୁଝ ମୋ ପ୍ରେମର ମୂଲ ।
ଗୋଲାପକୁ ନେଇ ଅନୁମତି ଦିଅ
ହୁଅ ମୋ ଜୀବନ ସାଥି
ରହିଥିବା ସୁଖେ ଦୁହେଁ ସାଥି ହୋଇ
ଗାଇ ଯେ ପ୍ରେମର ଗୀତି।