STORYMIRROR

jagabandhu sahu

Romance

3  

jagabandhu sahu

Romance

ହାପି ପ୍ରମିସି ଡେ

ହାପି ପ୍ରମିସି ଡେ

1 min
184

ଛୁଇଁ ତୁମ ମଥା  ଦେଉଛି ମୁଁ କଥା

   ପ୍ରତିଜ୍ଞା ଦିବସେ ଆଜି

ବୋହୂ କରି ନେବି ତୁମକୁ ସଜନୀ

   ଯଦି ହେବ ତୁମେ ରାଜି ॥

ସିନ୍ଥିରେ ସିନ୍ଦୂର   ଭରିବି ତୁମର

   କରି ମୋ ଜୀବନ ସାଥି

ସୁଖରେ ଦୁଃଖରେ ଥିବି ଛାଇ ହୋଇ

    ହେଉ ଦିନ ଅବା ରାତି ॥

ହାତ ଧରି ମୋର ଚାଲୁଥିବ ପ୍ରିୟା

   ଗାଇ ଜୀବନର ଗୀତି

ବୀରହ ବେଦନା  ଛୁଇଁ ପାରିବନି

   ଦେଉଛି ମୁଁ ପ୍ରତିଶ୍ରୁତି॥


Rate this content
Log in

Similar oriya poem from Romance