STORYMIRROR

Suhansa Bhoi

Romance

3  

Suhansa Bhoi

Romance

ଆଗୋ ପ୍ରିୟତମା ମୋର

ଆଗୋ ପ୍ରିୟତମା ମୋର

1 min
189


ଆଗୋ ପ୍ରିୟତମ ମୋର 

କେମିତି କହିବି ସରମ ଲାଗୁଛି

ତୁମକୁ ପାଉଛି ଭଲ 

ତୁମ ହୃଦୟକି ମୁଗୁନି ପଥର 

ଶୁଣୁ ନି ମୋ ଅନ୍ତଃସ୍ୱର.....

କେମିତି କହିବି ସରମ ଲାଗୁଛି

ତୁମକୁ ପାଉଛି ଭଲ

ଆଗୋ ପ୍ରିୟତମ ମୋର (0)


ମୋ ଆଖିର ଭାଷା ଲାଜ ଆଖିପତା

କହୁଛି ଅନେକ କଥା

ନିରିହ ନୟନ କରେ ନିବେଦନ

ଚାପିଦେଇ ମନ ବ୍ୟଥା 

ଆଖି ଥାଇ ଅନ୍ଧ ପରାୟେ ଲାଗୁଛ 

ମତେ ଲାଗୁଅଛି ଡର

ଆଗୋ ପ୍ରିୟତମ ମୋର (1)


ଥରି ଥରି ଓଠ କହେ ପ୍ରେମ ପାଠ

ଅପାଠୁଆ ତୁମେ ଦୁଷ୍ଟ 

ପ୍ରେମ ପ୍ରଣୟରେ ଲୋଡ଼ା ନାହିଁ ପାଠ

ଢ଼ିଙ୍କିକୁ ନମଣ କାଠ 

ମୋ ହୃଦ ସିଲଟ ଖାଲି ପଡ଼ିଅଛି

ଟାଣିଦିଅ ପ୍ରେମଗାର...

ଆଗୋ ପ୍ରିୟତମ ମୋର (2)


ନିରବ ରାଇଜ ରାଜକୁମାର ମୋ

ମୁଁ କୁମାରୀ ରାଜାଘର

ଝୀନ ତନୁ ମୋର ବିଶାଳ ଉଁଆସ

କୋଳ ମୋର ଅନ୍ତଃପୁର

ହୃଦୟର ପଟ୍ଟ ପୂର୍ଣ୍ଣ ପ୍ରୀତିରସ

ବିରାଜ ହେ ଅଧିଶ୍ୱର....

ଆଗୋ ପ୍ରିୟତମ ମୋର (3)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance