ପ୍ରିୟତମା
ପ୍ରିୟତମା
ଜୀବନର ଏଇ ଚଲା ବାଟରେ
ତୁମ କଥା ଭାବୁ ଭାବୁ
ପ୍ରିୟ ସଖି ମୋର ପ୍ରିୟତମା ଗୋ
ତୁମେ ମୋ ଜୀବନ ସାଥି
ତୁମେ ମୋ ପରାଣ ପ୍ରୀତି।।
ନୀଳ ଆକାଶର ନୀଳପରି ତୁମେ
ଝରଣାର ଝରଝରି
ଓଠରେ ତୁମର ମିଠା ମିଠା କଥା
ମନ ମୋ ନେଉଛି କିଣି
ଲେଖି ଲେଖି ମୋର ଲେଖା ସରେ ନାହିଁ
ପହିଯାଏ ସବୁ ରାତି
ତୁମେ ମୋ ଜୀବନ ସାଥି।
କେଉଁ ଦୁନିଆରେ ରହିଥିଲ ତୁମେ
ଆସିଲ ଏଇ ମୋ ମନେ
ଜାଣେ ନାହିଁ କେତେ ଯେ ଆଲୋଡନ
ଆଣିଦେଲ ମୋର ମନେ।
ଯାଉ ଯାଉ ମୋର ବାଟ ସରେ ନାହିଁ
ସବୁକିଛି ଯାଏ ଭୁଲି।
ଚନ୍ଦ୍ରମାର ରୂପ କାନ୍ତି ଶୋଭିତ
ତୁମେ ମୋର ଚୁଲି।।
ନୀଳ ନୟନା ମୋ ରୂପଶ୍ରୀ ଚନ୍ଦ୍ରମା
ନୀଳପରୀ ତୁମେ ମୋର।
ମିଠା ମିଠା କଥା ଗୋଲାପି ଓଠରେ
ଝରିପଡ଼େ ଯେ ତୁମର ।।
ମଧୁର ଭାବରେ ହୃଦୟକୁ ମୋର
ନେଇଅଛ ତୁମେ କିଣି।
ଜୀବନ ସଙ୍ଗିନୀ ସପନର ରାଣୀ
ହୃଦମନ୍ଦିରର ରାଣୀ।।

