STORYMIRROR

ଅମିତ୍ କୁମାର ସେଠୀ

Romance Others

3  

ଅମିତ୍ କୁମାର ସେଠୀ

Romance Others

ପ୍ରେମର ମାସ ଆରମ୍ଭ

ପ୍ରେମର ମାସ ଆରମ୍ଭ

1 min
137

ପ୍ରେମ ର ମାସ ଆରମ୍ଭ 

ହୋଇ ଗଲାଣି

ବାକି ଯେତେ ପ୍ରେମ କଥା

ସବୁଥିରେ ଥାଏ ମଧୁର ଯନ୍ତ୍ରଣା, 

ଅସୀମିତ ପ୍ରତୀକ୍ଷା, ସ୍ମୃତିର ଶୂନ୍ୟତା 

 ତଥାପି ପ୍ରେମ ରେ 

ସବୁ କିଛି ସରିଲା ପରେ 

ରହିଯାଏ କିଛି ବାକି 

ପ୍ରେମ କେବେ ପ୍ରେମିକାର 

ଲୁହ ପୋଛି, 

କେବେ ମନକୁ ବୁଝାଇ , 

ପ୍ରେମ କେବେ ନିଃସଙ୍ଗ 

ଏକାକୀ ବେଳାରେ

 ଉପଭୋଗ କରିବାକୁ ହୁଏ 

ପ୍ରେମ, ପ୍ରେମିକ, 

ପ୍ରିୟତମା ସବୁ ଗୋଟେ

 ଗୋଟେ ପରିଚୟ ନୁହେଁ 

ଏକ ଜୀବନ୍ତ କୂଳର 

ଭଙ୍ଗା ଗଢ଼ା ସମ୍ପର୍କର ସମୁଦ୍ର

ତେବେ ପ୍ରେମରେ ପଡ଼ିବା 

କେବଳ ସୁଖର ସୁଖଦ 

ଅନୁଭୂତି ହୋଇନପାରେ!! 

ଏକ ମହାଶୂନ୍ୟର ଝିଲିମଲ 

ଶୂନ୍ୟତା କେବେ ଜନହୀନ

ମନ ମରୁଭୂମିର ଜୀବନ 

ସନ୍ଧାନର ଅନନ୍ୟତା, 

ଘନିଷ୍ଠରୁ ଅନିଷ୍ଟତା ଆଡ଼କୁ ଯାତ୍ରା, 

ଭୋଗକୁ ବୈରାଗ୍ୟ ଆଡ଼କୁ,

 ଅପ୍ରେମରୁ ସପ୍ରେମ 

ଆଡ଼ର ତୀର୍ଥ ଯାତ୍ରା । 

ବାକି ଯେତେ ପ୍ରେମ କଥା...

ସେତେ ସବୁ ନୀରବତା, 

ଲୋଡ଼ା ଅଲୋଡ଼ା, 

ମନଛୁଆଁ ପ୍ରେମବାର୍ତ୍ତା ହୋଇଥାଏ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance