ନାୟିକା ର ଗାଁ
ନାୟିକା ର ଗାଁ


ଆମ ଗାଁ ପରେ କିଛି ଗାଁ ଆରପଟେ ତମ
ଗାଁ ଦିଶେ,
ସକାଳଠୁ ଆହୁରି ଉଦାସ ରେଶମୀ ସୂତାର ବେଣୀ ପରି।
ଲମ୍ବିଥିବା କଂକ୍ରିଟ୍ ରାସ୍ତା ପାର ହେଲେ,ଦୁଇଧାଡି ଛାତଘର ରଂଗବୋଳା କାନ୍ଥରେ ଝଡ୍କୁଥାଏ ଚାଉଳରେ ଚିତା।୧
ଡେଗାଂ ଡେଗାଂ ନଡିଆ ଗଛର ଛାଇ ଝୁଲୁଥାଏ ତମ ଘର ଆଗ ପୋଖରୀରେ,
କାଚ କେନ୍ଦୁ ପାଣି ଚହଲିଲେ ତମ ମୁହଁ ଦିଶିଯାଏ,
ପଥର ପାହଚେ ବସି ତମେ ସତେ ଦେହ ମାଜୁଥାଅ।୨
ଠାକୁରାଣୀ ମନ୍ଦିର ବେଢାରେ ପୋଡା ମାଟି ଘୋଡା,ସିନ୍ଦୂର ବେଳାରେ ଝାପ୍ସା ଦିଶୁଥାଏ.....୩
ମଗଂଳାକଂ ମୁହଁ ସଞ୍ଜ ହେଲେ ଦୀପଟିଏ ଜାଳିଦେଇ,
ତମେ ସତେ ଏକାନ୍ତରେ ସତକୁହ,କଣ ମନାସୁଥାଅ? ୪
ତମ ଗାଁ ସତେ ବେଶୀ ଆପଣାର ଲାଗେ,
ତମ ପରି ମୋ ଚେତନା ରେ ଚୌହଦୀ ରେ ତୁମ ଗାଁ ଛବି ଦେଖୁ ଦେଖୁ ,
ସବୁଥର ତୁମ ମୁହଁ ଦିଶିଥାଏ।୫