STORYMIRROR

Pramod kumar Biswal

Romance Tragedy

3  

Pramod kumar Biswal

Romance Tragedy

ତମ ପାଇଁ ସବୁ ମନା

ତମ ପାଇଁ ସବୁ ମନା

1 min
93

   

ସପନ ଆଖିକୁ ଦେଖିବା ମନା

ଯୋଉ ସପନରେ ତମେ ଆସନା

ଫୁଲକୁ ବାସନା ହୋଇଛି ମନା

ଯୋଉ ଫୁଲ ତମ ଗଭାରେ ଶୋଭା ପାଏନା।

ମେଘକୁ ଆକାଶ ଦେଇଛି ରାଣ

ବରଷାରେ ଯେବେ ତମେ ଭିଜନା

ଫଗୁଣ ରଙ୍ଗକୁ ଆସିବାମନା

ପ୍ରେମ ରଙ୍ଗକୁ ତମେ କରଯେବେ ପ୍ରତାରଣା।

ପ୍ରେମ ପଥିକ ମୁଁ ବାଟ ହୁଏ ବାଟବଣା

ତମେ ଯେବେ ପ୍ରେମକୁ କର ଦୂର ଠିକଣା

ପ୍ରତି ମୁହୂର୍ତ୍ତରେ ତମ ଅପେକ୍ଷାରେ ଆନମନା

ସେଥିପାଇଁ ହୁଏ ମୁଁ ଦୁନିଆଁର ପାଗଳ ପ୍ରେମୀରେ ଗଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance