STORYMIRROR

❤️ Sampurna Mishra

Classics

3  

❤️ Sampurna Mishra

Classics

ସୁନ୍ଦର ଆମ ଗାଁ ରାହାଳ ତାର ନାଁ

ସୁନ୍ଦର ଆମ ଗାଁ ରାହାଳ ତାର ନାଁ

2 mins
207


ଗାଁ ରେ ଆମ ର ତିନୋଟି ସାହି

ପ୍ରଥମେ ସିଂହ ସାହି ତୃତୀଏ ବାରିକ ସାହି

ଦ୍ୱିତୀୟ ରେ ସାହି ଆମର ମଝି ସାହି

ମଝିରେ ଅଛନ୍ତି ମହାପ୍ରଭୁ ଙ୍କ ଜଗନ୍ନାଥ ମନ୍ଦିର

ବଳଭଦ୍ର ସୁଭଦ୍ରା ଙ୍କ ସହିତ ନିଜେ ଅଛନ୍ତି ଜଗତ ର ଠାକୁର

ତାଙ୍କ ସହ ଅଛନ୍ତି ବିମଳା ଓ ସାରଳା ମାଆ

ଆମ ଗାଁ ର ଲୋକ ଙ୍କୁ ମାଆ ସବୁବେଳେ ହୁଅନ୍ତୁ ସାହା.

ଆମ ଗାଁ ଶେଷ ମୁଣ୍ଡ ରେ ଅଛନ୍ତି ବଟ ଠାକୁର

ପ୍ରଭୁ ଅଟନ୍ତି ସାଥି ଆମ ସମସ୍ତ ଙ୍କ ସୁଖ ଦୁଃଖ ର

ପାଖରେ ଅଛି ରାମ ମନ୍ଦିର

ମନ୍ଦିରେ ଭିତରେ ପ୍ରଭୁ ଶ୍ରୀରାମ ମାତା ସୀତା ଙ୍କ

ସହିତ ବଜରଙ୍ଗ ବାଲି ପବନ ସୁତ

ଆମେ ସବୁ ଅଟୁ ପ୍ରଭୁ ଙ୍କ ଭକ୍ତ

ଗାଁ ରେ ହୁଏ ଆମ ଲଷ୍ମୀ ପୂଜା

ଘୋଡା ନାଚ ସହ ପାଲା ଆହାଃ କି ମଜା

ରାମ ମନ୍ଦିର ରେ ପାଳନ ହୁଏ ରାମ ନବମୀ ପୂଜା

ନ ଦିନ ଧରି ବଡ଼ ଧୁମ ଧାମ ରେ ଚାଲେତ ପୂଜା

ହୋମ ଯଜ୍ଞ ସହ ହୁଏ ଭୋଜି ଭାତ

ଭୋଜି ଖାଇ ମନ ହୁଏ ସଭିଙ୍କ ପ୍ରୀତ

ଶେଷ ଦିନ ହୁଏ ମେଳା ମେଲଣ

ଖୁସି ରେ ଝୁମି ଉଠେ ସଭିଙ୍କ ମନ

ସବୁ ଠୁ ସ୍ପେସିଆଲ ଅଟେ ଆମ ଗାଁ ର ଅଷ୍ଟପ୍ରହରୀ

ସିଂହ ସାହି ରେ ହୁଏ ପ୍ରଥମାଷ୍ଟମୀ ଦିନ

ବାରିକ ସାହି ରେ ପଣ୍ଡୁ ଓଷା ରେ

ଆମ ମଝିରେ ହୁଏ ମାର୍ଚ୍ଚ ମାସ ର 14.15.16 ରେ

ଅଷ୍ଟପ୍ରହରି ହୁଏ ତିନିଦିନ

ପ୍ରଥମ ଦିନ ରେ ଅଧିବାସ

ଦ୍ୱିତୀୟ ରେ ସଂକୀର୍ତନ

ତୃତୀୟ ଦିନ ରେ ନଗର କୀର୍ତ୍ତନ

ଝୁମି ଉଠେ ଖୁସି ରେ ସଭିଙ୍କ ମନ

ଆହାଃ କେତେ ମିଠା ମୋର ହରି ଭଜନ

"ଭଜ ନିତାଇ ଗୌର ରାଧେ ଶ୍ୟାମ

 ଜପ ହରେ କୃଷ୍ଣ ହରେ ରାମ "

ଜପ କରି ଭାବ ରେ ଭକ୍ତି ରେ ବିଭୋର ହୁଅନ୍ତି

ତିନି ଦିନ ଧରି ହରି ଭଜନ ରେ ଲୀନ ହୁଅନ୍ତି

ନାଚନ୍ତି ଗାଆନ୍ତି ଖୁସି ରେ ସବୁ ଲୀନ ହୁଅନ୍ତି

ମେ ମାସ ରେ ସପ୍ତା ବସଇ ଶ୍ରୀ ଜଗନ୍ନାଥ ଙ୍କ ପାଖରେ

ସାତ ଦିନ ଧରି ନୀତି ଭୋଗ ଲାଗେରେ

ଗାଁ ଭିତରେ ଅଛି ଗୋଟେ ବିଦ୍ୟାଳୟ

ନାଁ ତାହା ର ହେଲା ପୂର୍ବ ରାହାଳ ୟୁ ଜି ୟୁ ପି ବିଦ୍ୟାଳୟ

ସୁନ୍ଦର ଆମ ଗାଁ ରାହାଳ ତାର ନାଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics