STORYMIRROR

Sabitri Bhoi

Others

4  

Sabitri Bhoi

Others

ନବରାତ୍ରି

ନବରାତ୍ରି

1 min
318


ମା ଲୋ ଆସିଛୁ ଆଜି ମର୍ତ୍ତ୍ୟକୁ

          କେତେ ହସ ଖୁସି ନେଇ ,

କାଞ୍ଚନ ଦିଶୁଛି ଦ୍ୟୁଲୋକ 

         ତୋରି ସେନେହ ପାଇ।


ପଶୁପତି ଉପରେ ଅବସ୍ଥିତ ହୋଇଛୁ 

         ଦନୁଜ ବିଲୋପ ପାଇଁ,

ବାଞ୍ଛା ଏତିକି କରୁଣା ଦୃଷ୍ଟି

         ତୁ ରଖିଥିବୁ ଆମ ପାଇଁ।


ଅନ୍ତରୀକ୍ଷ ଛାଡି ମର୍ତ୍ତ୍ୟ କୁ ଆସିଛୁ 

       ଆଶ୍ୱିନ ର ଶୁକ୍ଳପକ୍ଷ ତିଥିରେ,

ପାପ ଦୂରେଇ ସତ୍ୟକୁ ବଞ୍ଚେଇ ବାକୁ

       ଆଗମନ ତୋର ଏଇ ପାର୍ବଣ ଋତୁରେ।


କେଉଁଠି କତାୟନି, ଅମ୍ବିକା,

       କେଉଁଠି ପୁଣି ତୁ ଶିବାନୀ,

କେଉଁଠି ଗୌରୀ,ଭବାନୀ,ଉମା

       କେଉଁଠି ତୁ ଅଭୟଦାୟିନୀ।


ଅବନୀ ଆଜି ଉଲ୍ଲସିତ ହୁଏ

        ଗୀତ ଗାଉଛି କୋକିଳ,

ସମୀର ଆଜି ବାର୍ତ୍ତା ବାଣ୍ଟଇ,

       ଖୁସିରେ ଧରଣୀ କରୁଛି କୋଳ ।


କଳାପୀ ଆଜି ନୃତ୍ୟ କରଇ

        ଭୂଧର ପଛରେ ଥାଇ,

ଚପଳା ଆଜି ହସି ଉଠୁଛି

        ପର୍ବତ ଶିଖରେ ରହି।


ମା ତୋ ମହିମା ଝଲକି ଯାଏ

       ଅମିୟ ଅମିୟ ବାସେ ଧରଣୀ , 

ସତ୍ୟ, ପ୍ରେମ, ଅଂହିସା ର

       ତୁ ଅଟୁ ପରା ରକ୍ଷା କାରିଣୀ।




 







        

        



       




          


          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍