Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Inspirational

3  

Sahadev Behera

Inspirational

ଦୀପାବଳୀ

ଦୀପାବଳୀ

1 min
365


ଆନନ୍ଦର ପର୍ବ ଦୀପାବଳୀ ଆଜି 

 ଆଲୋକମାଳାରେ ସଜ 

ଘରଠୁ ମନ୍ଦିର ଦୋକାନ ବଜାର 

  ସବୁଠି ହସ ମଉଜ ll 1


ପିତୃଶ୍ରାଦ୍ଧ ଦେଇ ପୂର୍ବପୁରୁଷଙ୍କୁ 

 ପୟା କାଠି ଦେଉ ଜାଳି 

ବଡ ବଡୁଆ ହୋ ଅନ୍ଧାରେ ଆସିଛ

 ଆଲୋକରେ ଯାଅ ଚାଲି ll 2


ତମ ଆଶୀର୍ବାଦ ଢାଳି ଦେଉଥିଲେ 

  ସରଗ ପୁରରେ ଥାଇ 

ଦୂର ହୁଏ ଦୁଃଖ ଅଶାନ୍ତି କଷଣ 

   ମନେ କ୍ଳେଷ ନଲାଗଇ ll 3

   

ଓଡ଼ିଆ ଘରର ପରମ୍ପରା ରୀତି 

  କେ ଅବା ଦେବ ପାସୋରି 

 ଘରେ ପିଠାପଣା ଆରିସା କାକରା  

  ହୁଏ ମଣ୍ଡା ଖିରିପୁରି ll4 

   

ରାବଣକୁ ବଧି  ଦଶରଥ ପୁତ୍ର 

  ଫେରିଥିଲେ ଅଯୋଧ୍ୟାକୁ 

ବିଜୟ ଉଲ୍ଲାସେ ଆଲୋକମାଳାରେ 

  ପାଛୋଟି ଥିଲେ ରାମଙ୍କୁ ll 5

   

ଜଗତ କଲ୍ୟାଣୀ ମାତା କାତ୍ୟାୟନୀ 

  ପୂଜନ୍ତି ଜୟ ମା କାଳୀ 

ରାଗ ହିଂସା ଦ୍ୱେଷ ଅସତ୍ୟ ଗରବ

  ତୋ ପାଦେ ଦିଅନ୍ତି ଢାଳି ll 6


ଶିବ ପାରବତୀ ଆରାଧନା କରି 

   ପୂଜନ୍ତି ଲଗାଇ ମନ 

ବ୍ୟବସାୟୀ ମନେ ଆନନ୍ଦ ଅପାର 

   କରନ୍ତି ପୂଜା ଅର୍ଚ୍ଚନ ll 7


ଗାଆଁ ଦାଣ୍ଡେ ମିଳି ପିଲାଏ ନାଚନ୍ତି 

  ଲଗାଇ ହାବେଳି ବାଣ 

ଆନନ୍ଦ ଉଲ୍ଲାସେ ସର୍ବେ ମସଗୁଲ 

  ଖୁସିରେ ହସଇ ପ୍ରାଣ ll 8



Rate this content
Log in

Similar oriya poem from Inspirational