STORYMIRROR

Sahadev Behera

Classics

3  

Sahadev Behera

Classics

ମୃତ୍ୟୁ

ମୃତ୍ୟୁ

1 min
199


ଜାଣିଛି 

ତମେ ନିଶ୍ଚେ ଆସିବ

ସବୁ ଶୋଇଗଲା ପରେ 

ଧୁ ଧୁ ଖରାବେଳେ 

 ଅବା ଅସ୍ତମିତ ସୂର୍ଯ୍ୟର 

 ନିଷ୍ପ୍ରଭ ଆଲୋକ ସନ୍ଧ୍ୟାରେ 

 କିମ୍ବା ମଙ୍ଗଳ ମୁହୂର୍ତ୍ତ 

 ଦୀପ୍ତିମନ୍ତ ଭାନୁର ରକ୍ତିମ ପ୍ରଭାତେ ll


ତଥାପି ଅବୁଝା ମନ 

ଢେଉ ଖେଳେ ସତମିଛ ଅଗଭୀର 

ସାଗର ଜୁଆରେ 

କେବେ ପୁଣି ଚାପି ହୋଇଯାଏ 

ରାଗ, ହିଂସା , ଦ୍ବେଷ 

ଅବା ପ୍ରେମ ପ୍ରୀତି ଅଭିମାନ ତାତିରେ ll 


ଅସଂଯତ ଇନ୍ଦ୍ରସୁଖର ପିଶାଚ 

ସବାର ହୁଏ ମୋ ତନୁ ମନରେ

ଅଦିନିଆ ଲାଉଡଙ୍କ ପରି 

ମାଡ଼ି ଚାଲେ ଫଳଶୂନ୍ୟ 

ଜୀବନର ଅସଜଡା 

ସଂସାର ପୀଢାରେ ll

ସବୁ ପରେ ବି 

ତମେ ସତ୍ୟ ଚିରନ୍ତନ 

ଆସ ମୋ ଜୀବନେ 

ନ କହି କାହାକୁ 

ଭିଡି ନିଅ ମୋତେ 

ପାପପୁଣ୍ୟ ପଙ୍କିଳ ନରକୁ

ଜାବୁଡି ଧର ତମ ସେ 

ଶୂନ୍ଯ ପାରିଜାତ ପୁଷ୍ପିତ ଉଦ୍ୟାନେ ll

 ପାର୍ଥିବ ସୁଖର ଉର୍ଦ୍ଧ୍ବରେ 

 ଚିତ୍ କରି ଶୁଆଇ ଦିଅ 

ସଫେଦ ଫୁଲର ବିଛଣାରେ ...

 ତା ପରେ ମୁଁ ହଜିଯାଏ,ଭିଜିଯାଏ

 ମାଟିର ପହିଲି ଅସରାଏ ବର୍ଷା ପରି, 

 ମିଳେଇ ଯାଏ 

 ନିଶେଷ ହୋଇଯାଏ ସବୁ ମୋର 

ତୁମରି ଅଗଣାରେ ,

ଆଖି ଖୋଲିବାର 

ସାହାସ ପାଏନି 

ଦେଖିବାକୁ ଚେଷ୍ଟା କଲେ ବି 

ତମକୁ ମୁଁ ଦେଖିପାରେନି ll 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics