ମୁଁ ନିମିତ୍ତ ମାତ୍ର
ମୁଁ ନିମିତ୍ତ ମାତ୍ର
1 min
189
ଆହେ ଜଗନ୍ନାଥ ଜଗତର ନାଥ
ତମେ ଅନାଥର ନାଥ
ଏ ମୟାସଂସାରେ ଚାଲିବାକୁ ମୋତେ
ଦେଖାଅ ଧରମ ପଥ ।।1
ବାଟ ଚାଲିବାକୁ ସତ୍ଯ ନ୍ୟାୟ ପାଳି
ସହିବା ଶକତି ଦିଅ
ଅବାଟରେ କଣ୍ଟା ପଡିଥିଲେ ପ୍ରଭୁ
ସେଠାରୁ ଦୂରେଇ ନିଅ ।।2
ଆହେ ଜଗଦୀଶ ପରମ ଈଶ୍ବର
ତମ ବିନା ନାହିଁ ଗତି
ପଥ ହୁଡି ଯଦି ଅବାଟରେ ଯାଏ
କ୍ଷମା ଗୁଣେ ଦେବ ମୁକ୍ତି ।।3
ତମେ ଥାଉଁ ଥାଉଁ ହୁଡିବିନି ପଥ
ଏ ଭରସା ଅଛି ହରି
ବଡ ଠାକୁରଙ୍କୁ ଅପବାଦ ହେଲେ
ଏ ଜୀବନ ଦେବି ହାରି ।।4
ମୋ କରମ ଧର୍ମ ସବୁ ତ ତମର
ତମ ବିନା ନାହିଁ କିଛି
ମୁଁ ନିମିତ୍ତ ମାତ୍ର ହେ ବିଶ୍ବ କରତା
ତମ ଇଚ୍ଛାରେ ବଂଚିଛି ।। 5
