STORYMIRROR

Sahadev Behera

Romance

3  

Sahadev Behera

Romance

ଗାଲରେ ତୋ ଅବିର ରଙ୍ଗ

ଗାଲରେ ତୋ ଅବିର ରଙ୍ଗ

1 min
239


ଗାଲେ ତୋ ଅବିର ରଙ୍ଗ ବୋଳିବାକୁ

କେବେଠୁ ଚାହିଁ ବସିଛି

ହୋଲିର ପସରା ଧରି ଏକା ଏକା

ତମ ବାଟକୁ ଚାହିଁଛି ।

କାଲି ପୁଣି ଲାଗେ ହଜିଲା ଅତୀତ

ତମ ସାଥେ ଖେଳୁଥିଲି

ଯେବେ ପର କରି ଗଲ ହାତ ଛାଡ଼ି

ତମ କଥା ଭୂଲିଥିଲି ।।

ଆଜି ଯେବେ ରଙ୍ଗ ହୋଲି ଖେଳ ଆସେ

ତମେ ମନ ପଡ ଭାରି

ବୋଳିବାକୁ ଥରେ ତୋ କଅଁଳ ଗାଲେ

ହୋଲି ରଙ୍ଗ ପିଚକାରୀ ।

ଭାରି ଏକା ଏକା ଲାଗେ ଆଜି ମୋତେ

ଫଗୁଣର ଫିକା ରଙ୍ଗ

ତୋ ବିନା ଜୀବନ ଲାଗେ ମୂଲ୍ଯହୀନ

ଜିଇଁଛି ହୋଇ ନିଃସଙ୍ଗ ।

ବାହୁନେ ଏ ମନ ପ୍ରତିଟି ସ୍ପନ୍ଦନେ

ତମ କଥା ହୁଏ ଭାବି

ସରାଗରେ ରଙ୍ଗ ରଖି ଥିଲି ଆଣି

ତମ ଗାଲରେ ବୋଳିବି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance