STORYMIRROR

PRIYANKA PRIYADARSINI

Fantasy Inspirational Children

3  

PRIYANKA PRIYADARSINI

Fantasy Inspirational Children

ବାପା

ବାପା

1 min
256

ବାପା ! 

ତୁମେ ଜଣେ ସ୍ରଷ୍ଟା

ଜଣେ ଶିଳ୍ପୀ

ତୁମେ ହିଁ ତ ଗଢ଼ିଛ ଆମକୁ,

ହାତରେ ସଂସ୍କାର ଓ ସ୍ବାଭିମାନର 

ହାତୁଡ଼ି ଓ ନିହାଣ ନେଇ ।


ବାପା ତୁମେ ତ ଜଣେ ଲେଖକ,

ତୁମେ ତ ଲେଖି ଆସୁଥିଲ,

ଏବେ ମଧ୍ୟ ଲେଖୁଥିଲ,

ନିଜ ଜୀବନର ଅତି ସଂଘର୍ଷମୟ ସୋପାନ ଗୁଡ଼ିକୁ,

କେତେକଙ୍କ ସୋପାନ ସଜାଡିଛ,

ନିଜର ମଧ୍ୟ ସଜାଡିଛ,

କେବେ ତ ହେଲେ ଥକି ଯାଇ ନାହଁ ।


ମୁଁ ଶୁଣିଛି, ଦେଖିଛି ମଧ୍ୟ

ତୁମ ହାତ କେବେ ହେଲେ ଅଟକି ଯାଇ ନାହିଁ,

ନା ଶିଳ୍ପୀ ହିସାବରେ, ନା ଲେଖକ ହିସାବରେ ।


ଯେତେବେଳେ ଶିଳ୍ପୀ ହୋଇ 

ଏ ରକ୍ତମାଂସ ଶରୀରରେ 

ବିବେକୀ ତଥା ମଣିଷ ପଣିଆର ଗୁଣ ଖଞ୍ଜୁଥିଲ,

ଅନେକ ଥର ତାହା ଭାଙ୍ଗି ଯାଇଛି,

କିନ୍ତୁ ତୁମେ କେବେ ହାର ମାନି ନଥିଲ,

ପୁନଃ, ଯୋଡ଼ିଥିଲ ତାକୁ ।


ଲେଖକ ହୋଇ ଆମ ଜୀବନର

ଅନେକ ଦୁଃଖ ଓ ଅଭାବ ଅନାଟନକୁ,

ଲିଭାଇ ଦେଇ, ନୂତନ ପର୍ଯ୍ୟାୟ ଲେଖିଛ।


ପିତା ଧର୍ମ ପିତା ସ୍ବର୍ଗ,ପିତା ହିଁ ପରମ ତପ

ପିତରି ପ୍ରିତିମା ପର୍ଣ୍ଣେ, ପ୍ରିୟନ୍ତି ସର୍ବ ଦେବତା।


ଦେଖିନି ସେ ଈଶ୍ୱରଙ୍କୁ କେବେ,

ଯିଏ ପ୍ରାଣ ଦେଇଛନ୍ତି ଏଇ ପିଣ୍ଡରେ,

ଦେଖିଛି ମୁଁ ଈଶ୍ୱରଙ୍କୁ ତୁମ ଭିତରେ,

କାରଣ, ଏ ଶରୀରକୁ ବଢ଼ାଇଛ ତୁମେ,

ଏ ମନରେ ବିବେକ ଓ ମଣିଷ ପଣିଆ କୁ ଯୋଡ଼ିଛ ତୁମେ,

ବଞ୍ଚିବା ପାଇଁ ପରିଚୟ ଦେଇଛ ତୁମେ,

ଏ ଜୀବନ ଦେଇଛ ତୁମେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy