STORYMIRROR

PRIYANKA PRIYADARSINI

Abstract Tragedy

3  

PRIYANKA PRIYADARSINI

Abstract Tragedy

ସେଇ ନିଖୋଜ ତାରାଟିଏ

ସେଇ ନିଖୋଜ ତାରାଟିଏ

1 min
194

ଦୁନିଆରେ ବହୁତ ଲୋକ

କିନ୍ତୁ ତୁମେ ଥିଲ ନିଆରା

ତୁମେ ଗଲା ପରେ,

ଖୁବ୍ ଖୋଜିଛି ତୁମକୁ

ଏଇ ସୁନ୍ଦର ସୁନ୍ଦର ଫୁଲ ଗହଣରେ,

ଏ ଅଦୃଶ୍ୟ ପବନରେ

ସମୁଦ୍ରର ଲହଡ଼ି ଭିତରେ

ମୁକ୍ତ ଆକାଶରେ

କିନ୍ତୁ ପାଇନି

କାରଣ ତୁମେ ଆଜି ଠିକଣାହୀନ

ଶୁଣିଛି,ଏ ମୋହମାୟା ଦୁନିଆରୁ

ବିଦାୟ ନେଲା ପରେ,

ସମସ୍ତେ ଏଇ ଆକାଶରେ ତାରାଟିଏ

ହୋଇ ରୁହନ୍ତି ଏକ ବିଶ୍ୱାସ ନେଇ

ମୁଁ ଖୋଜିଥିଲି ତୁମକୁ,

କିନ୍ତୁ ତୁମେ ତ !

ଆକାଶର ସେଇ ନିଖୋଜ ତାରା ଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract