STORYMIRROR

PRIYANKA PRIYADARSINI

Abstract Others

3  

PRIYANKA PRIYADARSINI

Abstract Others

ବନ୍ଧୁ

ବନ୍ଧୁ

1 min
190

ଏ ମିଛ ମାୟା ସଂସାରରେ 

ସତ୍ୟର ସୂକ୍ଷ୍ମ ସମ୍ପର୍କଟିଏ,


ସାଥିରେ ହସି ପୁଣି ଦୁଃଖରେ 

ସାଙ୍ଗ ହୋଇ କାନ୍ଦିବାର ନାଁ ଟିଏ,


ବନ୍ଧୁ! ଜୀବନକୁ ହସରେ ହସରେ

ଆଗକୁ ବଢ଼ାଇ ନେଉଥିବା ଶକ୍ତି ଟିଏ,


ପ୍ରଥମ ଦିନ ସ୍କୁଲ ରେ ପହଞ୍ଚିବା ପରେ,

ଏତେ ପିଲା ଓ ଗୁରୁଜୀ ଙ୍କ ଭିତରେ,

ପ୍ରଥମେ ସେ ଆସି ହାତ ମିଶାଇଥିଲା।

ଦ୍ଵନ୍ଦ ଓ ଭୟର ଏ ଆସର ଭିତରେ,

ଓଠରେ ଏକ ସ୍ମିତ ହାସ୍ୟର ରେଖାଟିଏ,

ସେ ଟାଣି ଦେଇଥିଲା। 


ସାଥୀ ହୋଇ ଗୋଟିଏ ବେଞ୍ଚରେ 

ବସିବା ଠାରୁ ଆରମ୍ଭ କରି,

ଗୁରୁଜୀଙ୍କ ଠାରୁ ଗାଳି ଶୁଣି,

 ବାହାରେ ଏକାଠି ଛିଡ଼ା ହୋଇ 

ପନିଶମେଣ୍ଟ ପାଇବା ଯାଏଁ,

ଗୋଟିଏ ଲଞ୍ଚ ବାକ୍ସରୁ ଅଧା ଅଧା 

ଖାଇବା ଠାରୁ ଆରମ୍ଭ କରି,

ଗୋଟିଏ ପେନରେ ସାଙ୍ଗ ହୋଇ 

ଲେଖିବା ଯାଏଁ,

ଯେଉଁ ଜଣେ ସାଥିରେ ଥାଏ,

ସେ ହିଁ ବନ୍ଧୁ! 

ଏକ ନିଆରା ଭାବଟିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract