STORYMIRROR

PRIYANKA PRIYADARSINI

Horror Thriller

2  

PRIYANKA PRIYADARSINI

Horror Thriller

ରାତିର ସ୍ୱର

ରାତିର ସ୍ୱର

1 min
53

ଯେବେ ସୁରୁଜ ଶୋଇଯାଏ ମଶିଣା ପାରି

ସଞ୍ଜ ଆସେ ଲାଜେଇ ନୂଆ ବୋହୂ ପରି

ଯେବେ ଚାନ୍ଦକୁ କଳଙ୍କ ଲାଗିଥାଏ 

ସେବେ ସମୟ ଦେଖି ତାରା ବି ଲୁଚିଯାଏ

ନିଃଶବ୍ଦ ହୋଇଯାଏ ପରିବେଶ

ଆଉ ଶୁଭାଯାଏ ଭୟଙ୍କର ରାତିର ସ୍ୱର

ଝିଙ୍କାରିର ଚିଁ ଚିଁ ଶବ୍ଦ 

ବିଲୁଆର ହୁକେ ହୋ ସ୍ୱର 

ବାରବୁଲା କୁକୁରର କାନ୍ଦ 

ପୁଣି କେବେ ,

ଭଲ୍ଲୁକର ଛାତି ଥରା ସ୍ୱର 

ହଁ ଖୁବ୍ ଭୟଙ୍କର ସେଇ 

ରାତିର ସ୍ୱର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror