STORYMIRROR

PRIYANKA PRIYADARSINI

Inspirational Children

4  

PRIYANKA PRIYADARSINI

Inspirational Children

ସାଉଁଟା ସ୍ମୃତିରୁ ପଦେ

ସାଉଁଟା ସ୍ମୃତିରୁ ପଦେ

1 min
359

ମନେ ପଡ଼େ ଆଜି ସେ ପିଲା ଦିନର 

କାଞ୍ଚି କଣ୍ଢେଇର ଖେଳ 

ଘୋ ଘୋ ରାଣୀ  ବୋହୂ ଚୋରି ଆଉ

ସାଙ୍ଗ ସାଥିଙ୍କର ମେଳ।


ଧୁ ଧୂ ଖରା  

ସେ ଝାଞ୍ଜିର ବାଆ 

କେବେ କାହା ବାରି 

କେବେ ଗାଁ ତୋଟା 

ଆମ ଆମ୍ବ ଚୋରି କଥା।


ଗାଁ ପୋଖରୀଟି କଇଁ ଫୁଲେ ଭର୍ତ୍ତି 

ଦଳ ରହିଥାଏ ପୁରି 

ପିଲା ଦିନେ ସତେ କେତେ ମୁଁ ପହଁରେ 

ମାଆ ମାଡ଼ ଗାଳି ଭୁଲି।


ଗାଁ ମୁଣ୍ଡ ସେହି ବରଗଛ ତଳେ 

ଲାଗିଥାଏ ଗୋଟେ ଦୋଳି 

କେତେ ରଜ ପର୍ବ କେତେ ମଉଛବ

ବିତାଇଛି ସେଠି ଝୁଲି।


ମନେ ପଡ଼େ ଆଜି 

ନଡ଼ିଆ ସଢ଼େଇ  

ଖପରା ସାଇତା କଥା 

ଗରିବ ନଥିଲୁ ଧରି ବୁଲୁଥିଲୁ

ମନ୍ଦାର ପତ୍ରର ଟଙ୍କା। 


ସ୍ମୃତି ହୋଇ ସବୁ ଆଜି ବି ରହିଛି 

ଭୁଲି ହୁଏ ନାହିଁ ଜମା.........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational