STORYMIRROR

Kalandi pal

Classics

4  

Kalandi pal

Classics

ସୁନା କୂଅ ରୂପା କୂଅ

ସୁନା କୂଅ ରୂପା କୂଅ

1 min
210


କୁହ ସୁନା କୂଅ କୁହ ରୂପା କୂଅ

     କଲ କେତେ ତପ କୁହ

ସ୍ନାହାନ ମଣ୍ଡପେ ଯତିଙ୍କ ମସ୍ତକେ

     ଆଜି ତୁମେ ଲାଗି ହୁଅ

ତୁମେ, ପ୍ରଭୁଙ୍କ ପରଶ ପାଅ l0l


ଶହେ ଆଠ ଗରା କଳସି ଜଳରେ

     ପ୍ରଭୁ ହେବେ ଆଜି ସ୍ନାନ

ହରିବ ଦେହରୁ ଗ୍ରୀଷମ ପ୍ରକୋପ

     ଲଭିବ ଅଶେଷ ପୁଣ୍ୟ

ସୁବାସିତ ଜଳ ସାଇତି ରଖିଛ

ବରଷକେ ଥରେ ଶ୍ରୀ ଅଙ୍ଗ ଧୋଉଛ

    ମନ୍ଦିର ବେଢାରେ ରୁହ l1l


ସ୍ନାହାନ ବେଦୀରୁ ଶ୍ରୀ ଅଙ୍ଗ କମ୍ପିବ

    ପ୍ରଭୁ ଯିବେ ଅଣସରେ

ଚଉଦ ଦିନର ଫୁଲୁରୀ ମର୍ଦ୍ଦନ

     ବାସ ଚହଟେ ମନ୍ଦିରେ

କେତେ ଜଡିବୁଟି ଫୁଲର ବାସରେ

ବଇଦ କରିଛି ଅତି ସରାଗରେ

     ଶ୍ରୀ ଅଙ୍ଗରେ ଲେପି ଦିଅ l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics