Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Nayak

Classics

4  

Amulya Kumar Nayak

Classics

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

1 min
200



ଧର୍ମରାଜଙ୍କର ଦ୍ରୌପଦୀ ତୁଳନା

     ବିଶ୍ବରେ ଶ୍ରେଷ୍ଠ ବିଦିତା

ମାର୍କଣ୍ଡେ ଗାଇଲେ ପଞ୍ଚସତୀ ମୁଖେ

      ସତୀ ସାବିତ୍ରୀଙ୍କ ଗାଥା ।


ଅଶ୍ବପତି କନ୍ଯା ସୁନ୍ଦରୀ ସୁଗୁଣା

     ମଦ୍ରା ରାଜକନ୍ଯା ସତୀ

ନିଃସନ୍ତାନ ରାଜା ମନରେ ସ୍ମରିଲେ

      ପାଇଲେ ସାବିତ୍ରୀ ପୁତ୍ରୀ ।


ବନଚାରୀଟିଏ ସିଦ୍ଧାନ୍ତ କରିଲେ

      ସ୍ବାମୀ ରୂପେ ବରିବାକୁ

ଅରଣ୍ଯ ମଧ୍ଯରେ ବିହାର ସମୟେ

      ପାଇଲେ ସତ୍ଯବାନକୁ ।


ଏକ ବର୍ଷ ପରେ ମୃତ୍ଯୁ ଯେ ନିଶ୍ଚିନ୍ତ

      ଜାଣିବି ସାଜିଲେ ପତ୍ନୀ

ହୃଦୟ ଯେଉଁଠି ସର୍ବସ୍ବ ମାନୁଛି

      କିଏ ବା କରିବ ଇତି ।


ତ୍ରି-ରାତ୍ର ବ୍ରତ ଯେ କରିଲେ ସାବିତ୍ରୀ

      ସତୀଗୁଣେ ସ୍ବାମୀ ପାଇଁ

ଯନ୍ତୁରାଣ ଠାରୁ ଆଣିଲେ ଜୀବନ

       ମହାସତୀ ରୂପ ନେଇ ।


ଶତପୁତ୍ରର ଜନନୀ ଲଭିଲେ

      ଅଶ୍ବପତି ରାଜଜେମା

ସ୍ବାମୀ ପାଇଁ ସିଏ ରଖିଗଲେ ଯଶ

      ପତ୍ନୀ ରୂପେ ହୋଇ ଗଣା ।


ଅନ୍ଧ ଶ୍ବଶୁରର ଚକ୍ଷୁ ଦାନ ଦେଲେ

      ସ୍ବୟଂ ଯମରାଜ ପୁଣି

ଏପରି ସତୀଟେ ସ୍ବର୍ଗପୁରେ ନାହିଁ

      ମାର୍କଣ୍ଡେ କହିଲେ ଭଣି ।


ଜ୍ଯେଷ୍ଠ ଅମାବାସ୍ଯା ହେଲାନି ଅନ୍ଧାର

      ସତୀ ଆଲୋକର ଆଭା

ପ୍ରତି ନାରୀ ପାଇଁ ସ୍ବାମୀ ଯେ ମହାନ

       ପୁରାଣେ ହେଇଛି ଉଭା ।


ସେହି ଦିନଠାରୁ ପ୍ରତି ନାରୀଗଣ

      ପାଳନ୍ତି ସାବିତ୍ରୀ ବ୍ରତ

କାଷ୍ଠା ଉପବାସ ନିର୍ଜଳା ନିଶ୍ବାସ

      ମଂଗଳ ବିଧାନ ସତ ।


ସ୍ନାହାନେ ପ୍ରଭାତ ସାତଗଣ୍ଠି ବ୍ରତ

       ଧବଳ ବସ୍ତ୍ରକୁ ଧାଇ

ଶୁଭ ମନାସନ୍ତି ଆଶୁତୋଷ ଠାରେ

       ଜୀବ ଯାଉ ସ୍ବାମୀ ଥାଇ ।


Rate this content
Log in

Similar oriya poem from Classics