STORYMIRROR

Aishwarya Mishra

Abstract Classics

4  

Aishwarya Mishra

Abstract Classics

ଜୀବନ ଦୋଳି

ଜୀବନ ଦୋଳି

1 min
248

ସଂସାର ପବନେ ଦୋହଲଇ ଧୀରେ ଆମ ଏ ଜୀବନ ଦୋଳି

କେବେ ହସ ଖେଳେ, କେବେ ଲୁହ ଝରେ ନିତି ହେଉଥାଏ ଗୋଳି ,

ଦଇବ ହାତରେ ବନ୍ଧା ଏ ମଣିଷ ଝୁଲେ ଜୀବନ ଦୋଳିରେ

ଏନ୍ତୁଡ଼ି ଶାଳର ନିଆଁରୁ ଆରମ୍ଭି ଶେଷ ହୁଏ କୋକେଇରେ ।। ୧ ।।


ସମୟ ସ୍ରୋତରେ ନିତି ବଦଳଇ ସୂକ୍ଷ୍ମ ଜୀବନ ନିୟତି 

ଆଜି ଅଛି ଉଚ୍ଚେ, କାଲି ଥିବ ନୀଚ୍ଚେ ଜୀବନ ଦୋଳିର ସ୍ଥିତି,

କାଳର କରାଳ ବଳ ପ୍ରଭାବରେ ଧିମେ ସବୁରି ଶକତି 

ଧିରେ ଧିରେ କରି ସ୍ଥିର ହୋଇଯାଏ ଜୀବନ ଦୋଳିର ଗତି।। ୨ ।।


ଦିନେ ନା ଦିନେ ଏହି ସଂସାର ବୃକ୍ଷରୁ ଦୋଳି ତୋ' ଯିବ ଛିଡ଼ି 

ବନ୍ଧୁ-ପରିଜନ, ସ୍ଵର୍ଗଦ୍ବାରେ ଛାଡ଼ି, ଆସିବେ ଘର, ବାହୁଡ଼ି ,

ସଂସାର ସାଗରୁ ସବୁ ମୋହ ଭାଙ୍ଗି ବାହୁଡ଼ିବୁ କାଳ ସାଥେ 

ଈର୍ଷା ଦ୍ଵେଷ ଯେତେ ମାନ ଅଭିମାନ ଜଳିଯିବ ଜୁଇ ସାଥେ ।। ୩ ।।


ଜୀବନ ଦୋଳିରେ ଝୁଲୁଥା'ରେ ମନ ଧର୍ମକୁ କରି ଅର୍ଜନ

କିଏ ଜାଣେ କେବେ ଦୋଳିରୁ ଖସି ତୁ ହାରିବୁ ମର୍ତ୍ତେ ଜୀବନ ।। ୪ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract