STORYMIRROR

Pranati Panda

Classics Others

4  

Pranati Panda

Classics Others

ବନସ୍ତେ ଡାକିଲା ଗଜ

ବନସ୍ତେ ଡାକିଲା ଗଜ

1 min
214


ବନସ୍ତେ ଡାକିଲା ଗଜ

ବରଷକେ ଥରେ ଆସଇ ରଜ

ଆସଇ ରଜ ଲୋ

ଘେନି ନୂଆ ସଜବାଜ ...


ଓଡ଼ିଆ ପରବ ରଜ

ପରବ, ପର୍ବାଣୀ ଚୀର ସବୁଜ

ଚୀର ସବୁଜ ଲୋ

ପାଳନ୍ତି ମଉଜେ ରଜ ।।


ଭିନ୍ନ, ଭିନ୍ନ ବ୍ୟଞ୍ଜନରେ

ପୋଡ଼ ପିଠା ସହ ଆମ୍ବ , ପଣସେ

ଆମ୍ବ, ପଣସେ ଲୋ ,

ମହକଇ ଘରେ, ଘରେ ।।


ଦୋଳି ଖେଳ ସାଥେ ପଶା

ଲୁଡୁ, ତାସ୍ ପୁଣି କବାଡି ମଜା

କବାଡି ମଜା ଲୋ,

ଜମାଏ ରଜର ନିଶା ।।


ଗ୍ରାମ୍ୟବାଳା ଆନନ୍ଦରେ

ସଜେଇ ହୁଅନ୍ତି ସେ' ସରାଗରେ

ସେ ' ସରାଗରେ ଲୋ

ରଜ ପରବ ଭିତରେ ।।


ପାଦେ ଅଳତା ଲଗାଇ

ବାସନା ତେଲରେ ମୁଣ୍ଡ କୁଣ୍ଡେଇ

ମୁଣ୍ଡ କୁଣ୍ଡେଇ ଲୋ ,

ଦେହେ ହଳଦୀ ମାଖଇ ।।


କଳେ ଜାକି ଖିଲି ପାନ 

ପିଠା ପଣା ଖାଇ ପିନ୍ଧି ନୂତନ

ପିନ୍ଧି ନୂତନ ଲୋ ,

ସର୍ବେ ହୁଅନ୍ତି ମଗନ ।।


ପରମ୍ପରା ନିଆରା ଏ' 

ରଜସ୍ୱଳା ମାତା ବସୁଧା ହୁଏ

ବସୁଧା ହୁଏ ଲୋ ,

ଭୂମି ଆଘାତ ନପାଏ ।।


ଭୂମି ପୂଜନ ହୁଅଇ 

ହଳ ଚଲାଏନି ସେ' ଚଷା ଭାଇ

ସେ 'ଚଷା ଭାଇ ଲୋ ,

ପରମ୍ପରା ଧ୍ୟାନ ଦେଇ ।।


ରଜ ପରବ ଶେଷରେ

ବସୁମତୀ ସ୍ନାନ କରିବା ପରେ

କରିବା ପରେ ଲୋ ,

ପରବ ଶେଷ ହୁଏରେ ।।


ପାଞ୍ଚ ଦିନର ଏ' ରଜ

ଓଡ଼ିଆ ସଂସ୍କୃତି ପାର୍ବଣ , ପର୍ବ

ପାର୍ବଣ, ପର୍ବ ଲୋ,

ଅଭୂଲା ଅଲିଭା ଚିଜ ।।


ବାର ମାସେ ତେର ପର୍ବ

ପରବ ଭିତରେ ରଜ ପରବ

ରଜ ପରବ ଲୋ ,

ଓଡ଼ିଶା ମାଟିର ଗର୍ବ ।।


ମିଠା ସ୍ମୃତି ସାଉଁଟିବା

ପୂର୍ବ ପରମ୍ପରା ମନେ କରିବା

ମନେ କରିବା ଲୋ ,

ସର୍ବେ ମଉଜ କରିବା ।।


କାଳିଆ ଆଶିଷ ନେବା

ରଜ ପର୍ବ ଆମ ଅତି ନିଆରା

ଅତି ନିଆରା ଲୋ ,

ରଜ ପରବ ପାଳିବା ।।


  


Rate this content
Log in

Similar oriya poem from Classics