Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ସମ୍ପର୍କ

ସମ୍ପର୍କ

1 min
204


ବାପ ର ଆଖିରୁ ନିଦ ହଜିଯାଏ

ମାଆ ର ଆଖିରେ ଲୁହ

ବାସର ରଜନୀ ନପାହୁଣୁ ଏଣେ

ପର ହୋଇଯାଏ ପୁଅ ।

ମାୟା ପଚାରୁଛି "ମୋହ

କାହା ଦୋଷ ଦେବା କହ ?"

ପେଟରୁ କାଟିତ କଷ୍ଟ ସହି ବାପା

ପୁଅକୁ ମଣିଷ କରେ

ପୁଅ ଭୁଲିଯାଏ ବାପା ର ସେନେହ

ବହାଘର ଯେବେ ସରେ

ପୁଅ ଭଲପାଏ ସବୁଠି ଦେବାକୁ

ଶଶୁରଙ୍କ ପରିଚୟ ।

ମାୟା ପଚାରୁଛି "ମୋହ

କାହା ଦୋଷ ଦେବା କହ ?"

ମାଆ କରିଥାଏ କେତେ ଓଷା ବ୍ରତ

ପୁଅ ଟିଏ ପାଇବାକୁ

ପୁଅ ଭୁଲିଯାଏ ମାଆ ର ମମତା

ଭଲପାଇ ମାଇପକୁ

ଶାଶୁ ଶଳା ଶାଳି ପ୍ରେମ ଦେହେ ବୋଳି

ବୁଝେନା ମାଆ ର କୋହ ।

ମାୟା ପଚାରୁଛି "ମୋହ

କାହା ଦୋଷ ଦେବା କହ ?"

ଭାଇ ଦେଖେନାହିଁ ଭଉଣୀର ଶିରି

ଭାଇ ତ ଭଗାରୀ ହୁଏ

ଭାଉଜ ଫାସରେ ଭାଇ ନସପସ

ଭାବନାବ ଭୁଲିଯାଏ

ବଇକୁଣ୍ଠପୁର ହୁଏ ନାରଖାର

ଛିଣ୍ଡେଇ ସମ୍ପର୍କ ଖିଅ ।

ମାୟା ପଚାରୁଛି "ମୋହ

କାହା ଦୋଷ ଦେବା କହ ?"

ଇଏ କଳିକାଳ ରୀତିନୀତି ଭାଇ

ଘର ର ଗୁମର କଥା

ଭଲ କଥା ଏବେ ସବୁ ଲୋକଙ୍କୁ ତ

ଲାଗୁ ଅଛି ଭାରି ପିତା

ସମ୍ପର୍କର ଡୋର ଢିଲା ହୋଇଯାଏ

ସ୍ବାର୍ଥ ରେ ସବୁରି ଲୟ ।

ମାୟା ପଚାରୁଛି "ମୋହ

କାହା ଦୋଷ ଦେବା କହ ?"


Rate this content
Log in

Similar oriya poem from Classics