STORYMIRROR

Akankshyamayee Dash

Classics Inspirational

4  

Akankshyamayee Dash

Classics Inspirational

ଅଭିଯୋଗ

ଅଭିଯୋଗ

1 min
259

ତୁମ ଅଭିଯୋଗ ବି ଯଥାର୍ଥ କାହିଁକିନ।...

ବ୍ୟସ୍ତତାର ଅହାମିକ।ରେ ଭୁଲି ଯାଇଛି ଅସୁମାରୀ କର୍ତ୍ତବ୍ୟ,

ଅପେକ୍ଷା ଓ ଧୈର୍ଯ୍ୟର ମାୟାଜାଲେ ବିବ୍ରତ ତୁମ ବୟସ

କିନ୍ତୁ ଅଦୂର ସେ ଆଶାର ପାହାଡ଼ ତଳେ....

ସୁନ୍ଦର ତୁମ ପ୍ରେମର ସହର ।

ହେଲେ କେବେ ତା ଦେଖିନି

ସେ ଦୁଇ ଆଖି ସଜଳ ହେବାର.....

ବରଂ ନିରବ ବିଳାପରେ ଲେଖି ଦେଇଚ

କେତେ ସାରା ଅଭିମାନ ର ଫର୍ଦ୍ଦ ।

ସତ କହୁଚି...

ଇଏ ନୁହେଁ ଘୃଣା କି ପ୍ରତାରଣାର ଫୁତ୍କାର

ବରଂ ତର ନାହିଁ ମୋତେ

ବସ୍ତୁବାଦର ଅନାବନା ସାମ୍ରାଜ୍ୟରେ ନିଜ ଭିତରେ ତୁମକୁ ଖୋଜି

ପାଇବାର ସଂଯୋଗ ।

ଧାରେ ଆଣିବି ଆଜି ପୋଷେ ସମୟେ

ମୋ ଅଫିସ ଫାଇଲ ପଦ। ଭିତରୁ

ଅବା ଗୋପୀ ମଉସା ଚା ଦୋକାନରୁ

ତୋଫା ଭାବି ଆଦରି ନେବା ସେତକ ହିଁ ମୁଁ ଜାଣିଚି

ତୁମ ଅଭିଯୋଗ ବି ଯଥାର୍ଥ

କାହିଁକି ନା......

ବ୍ୟସ୍ତତାର ଅହମିକାରେ ଭୁଲିଯାଇଛି ଅସୁମାରୀ କର୍ତ୍ତବ୍ୟ

ତୁମ ଅଭିଯୋଗ ବି ଯଥାର୍ଥ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics