ସମ୍ପର୍କ (ଦ୍ୱିତୀୟ ଭାଗ)
ସମ୍ପର୍କ (ଦ୍ୱିତୀୟ ଭାଗ)
କେମିତି ଆରମ୍ଭ ହୁଏ
କେମିତି ଆଗକୁ ଯାଏ
କହିବାକୁ ଭାଷା ନାହିଁ ମୋର ।
ଜୀବନର ଚଲାପଥେ
ସିଏ ପୁଣି ଥାଏ ସାଥେ
ବାନ୍ଧି ଦିଏ ସଂପର୍କ ର ଡୋର ।
ଏକ ସୁନ୍ଦର ଶଦ୍ଦ ଟିଏ
ସୁଯୋଗ ସେ ଆଣିଦିଏ
ଜୀବନରେ ଭରିଦିଏ ଖୁସିର ଜୁଆର ।
ଦୁଇଟି ମନକୁ ସିଏ
ବାରମ୍ବାର କହୁଥାଏ
ମୋତେ ଗୋଟେ ସଂଜ୍ଞା ଦରକାର ।
ମନୁ ଅବସାଦ ଟଳେ
ହସଖୁସି କେତେ ଚାଲେ
ବୁଝିବାକୁ ସମୟ ର ହୁଏ ଦରକାର ।
ସେମିତି ବି କିଛିନୁହେଁ
ସଂପର୍କ ଟା ବାନ୍ଧିଦିଏ
ଭାଇ ଆଉ ଭଉଣୀ ର ସେନେହ ଡୋର ।
ଅପୂର୍ବ ବନ୍ଧନ ସେହି
ବାଧା କ
ିଛି ମାନେ ନାହିଁ
ଭାରି କଷ୍ଟ ଲାଗେ ଜଣେ ହୋଇଲେ ଦୂର ।
ଅପା ବୋଲି ଡାକିଦେଲେ
ଦୁଃଖ ଚାଲି ଯାଏ ଦୂରେ
ବିପଦ ଟା ମାଡେନାହିଁ ପାଖ କାହାର ।
ସଂପର୍କ ର ସଜ୍ଞା ବଦଳିଛି
ସ୍ବାର୍ଥ ର ଲେଲିହାନ ଶିଖା
ସବୁ ପୋଡି ଜାଳିତ ଦେଇଛି ।
ପାଇବା ର ଅନ୍ବେଷଣେ ସଭିଏଁ ପାଗଳ
ଅର୍ଥ ସାଜିଛି ଆଜି ସବୁଠି ବାଧକ
ସଂପର୍କ ମୂଳରେ ଅର୍ଥ ଆଉ ସ୍ବାର୍ଥ
ମଣିଷ ଟା ହେଉଅଛି ଭାରିକଲବଲ ।
ଘରଠାରୁ ଦେଶ ଯାଏ
ହୁରି ଖାଲି ପଡିଥାଏ
ସଂପର୍କ ସୁଧାରିବା ରେ
ମଣିଷ ବିଫଳ ହୁଏ ।
ଭଗବାନ କୃପା କଲେ
ସଂପର୍କ ବଢିବ ଭଲେ
ଭାଙ୍ଗିବାକୁ ଶକ୍ତି ନାହିଁ ପୁଣି କାହାର।