STORYMIRROR

Banalaxmi Mohanty

Classics

4  

Banalaxmi Mohanty

Classics

ଦାରୁ ଦିଅଁ

ଦାରୁ ଦିଅଁ

1 min
188


ଦାରୁ ଦିଅଁ ପ୍ରଭୁ ବଡ ଦେଉଳରେ

    ବସିଛ ମଉନ ହୋଇ

ରତ୍ନସିଂହାସନେ ଅତିଆନନ୍ଦରେ

    ସାଙ୍ଗରେ ଭଉଣୀ ଭାଇ।। 


ଭକତର ଡାକ ନଶୁଭେ କି ପ୍ରଭୁ 

  ଦାରୁବ୍ରହ୍ମ ଭାବଗ୍ରାହୀ 

ଚକାନୟନରେ ସବୁ ଦେଖୁଥାଅ

   ଭକ୍ତ ଦୁଃଖ ଦିଶେ ନାହିଁ।। 


ବିଶ୍ଵରେ ମାତିଛି କରୋନା ରାକ୍ଷସ

   ଅକାଳେ ନିଏ ଜୀବନ

ବାପ ଜୁଇ ଚିତା ନ ଲିଭୁଣୁ ଜଳେ

  ପୁଅ ଚିତା ଏଠି ଜାଣ।। 


ହାହାକାରମୟ ଏ ଭବସାଗର

    ଜୀବନଟା ତୁଚ୍ଛ ଲାଗେ

ତୁମପରି ଦାରୁବ୍ରହ୍ମ ଥାଉ ଥାଉ 

   କହିବ ସେ କାହା ଆଗେ।। 


ଭକ୍ତ ଶୂନ୍ୟ ହେଲେ ନବକଳେବର

   କିପରି ହୋଇବ କୁହ

ଦାରୁ ଖୋଜିବାକୁ କିଏ ଆଉ ଯିବ

   କୁହ ଆହେ କଳାଦିଅଁ।। 


ଭକତର ବନ୍ଧୁ ଆହେ କୃପାସିନ୍ଧୁ 

  ଏବେତ ସଦୟ ହୁଅ

ଭକତ ଗୁହାରୀ ଶୁଣ କୃପା କରି

  ଆହେ ପ୍ରଭୁ ଦାରୁ ଦିଅଁ।। 


ତୁମ ସୃଷ୍ଟି ପ୍ରଭୁ ତୁମେ ରକ୍ଷାକର 

   ଅନ୍ୟଥା ବିଲୟ ହେବ

କରୋନା ବିନାଶି ଏ ବିଶ୍ଵବାସୀଙ୍କୁ

   ଦିଅହେ ପ୍ରଭୁ ଅଭୟ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics