STORYMIRROR

Pratap Chandra Mishra

Classics

4  

Pratap Chandra Mishra

Classics

ଶ୍ରୀ ଜଗନ୍ନାଥ

ଶ୍ରୀ ଜଗନ୍ନାଥ

1 min
229


ରତ୍ନ ସିଂହାସନ ଛାଡ଼ି ପ୍ରଭୁ,

ବଡ଼ ଦେଉଳ ରୁ ହେଲ ବାହାର।

ଅତି ଆବେଗ ରେ ଚାହିଁ ବସିଥିଲ

ରଚିବ ରଥଯାତ୍ରା, ଭକ୍ତ ଙ୍କ କୋଳାହଳ।।


ଯବନ, ବ୍ରାହ୍ମଣ, ଯୋଗୀ ତପି ଯେତେ,

ଭେଟିବେ ବଡ଼ ଦାଣ୍ଡରେ।

ଗୋଟିପୁଅ ନୃତ୍ୟ ହରି ନାମ ମୁଖେ ଘେନି 

ତୁମ ଆଶିଷ ଘେନିବେ ନିର୍ଭୟରେ।।


ଘିଡି ଘିଡି ନାଦେ ତିନି ରଥ ଗଡିବ ,

ଥିବ ରଥେ ତିନି ଠାକୁର।

ରଥରେ ତୁମକୁ ଯେଉଁ ପ୍ରାଣୀ ଦେଖୁଥିବ

ମୁକ୍ତି ଲଭିବ ସେ ଅପାର।।


ଘଣ୍ଟ ତୂରୀ ଭେରି ହୁଳ ହୁଳି ମୃଦଙ୍ଗ ନାଦ

ସ୍ଵର୍ଗ ର ଯେସନ ଶାନ୍ତି।

ଆପଲକ ନେତ୍ରେ ଚାହିଁ ଦେଖୁଥିବ ଭକ୍ତଙ୍କୁ

ତୁମେ ପରା ସେହି ଚକାଆଖି।।


ଆଷାଢ଼ ମାସର ଦ୍ଵିତୀୟା ତିଥିରେ

ତୁମ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା।

ବିଶ୍ଵ ଜନ ମାନସ ରେ ଚେତାଇ ଦେଉଛ,

ନିର୍ଗୁଣ କୁ ଗୁଣ, ବିକାର କୁ ଆକାର,

ନିର୍ମୋହ ଜାତି ଭେଦା ଭେଦ ର ନିଶ୍ଚିହ୍ନ ବାର୍ତ୍ତା।।


ଭକ୍ତ ହୃଦୟ ନିର୍ବିକାର କର

ବଳିଆର ଭୁଜ ବଢାଇ।

ପାପୀ କୁ ମାର୍ଗ ଦେଖାଇ ଦିଅହେ,

ବଡ଼ ଦାଣ୍ଡେ ମହୋଦଧି କୂଳେ ଥାଈ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics