STORYMIRROR

Upendra prasad Mahala

Classics Inspirational Others

4  

Upendra prasad Mahala

Classics Inspirational Others

ଅ।ସ ସ୍ବପ୍ନ ଦେଖିବା

ଅ।ସ ସ୍ବପ୍ନ ଦେଖିବା

1 min
213



ଆସ ସ୍ବପ୍ନ ଦେଖିବା ଆସ !
ପରସ୍ପରକୁ ହାତ ବଢାଇବା
ଗଢିବାକୁ ଏକ ସୁନ୍ଦର 
ବାସୋପଯୋଗୀ ସ୍ଥାନ
ପୃଥିବୀ କୋଳରେ ।
ଅ।ମେ ଅର୍ଜିଥିବା ଅଭିଶାପ 
ଲାଗି  ସାଜିବା ନିଜେ ଭଗୀରଥ ।
ଘରେ ଘରେ ତିଅ।ରି ହେବେ ଯୋଦ୍ଧା
ଲଢିବାକୁ ନିର୍ଣ୍ଣାୟକ ଯୁଦ୍ଧ ।

ଆସ ହୃଦୟକୁ ହୃଦୟ ଯୋଡିବା
ଗଢିବା ବିଶ୍ବାସର ଦୁର୍ଲଂଘ୍ୟ ସେତୁ।
ଆଉ ଲୁହ ଢାଳିବାନି, 
କାହାକୁ ଦୋଷ ଦେବାନି ।
ପଚାରିବାନି ଜୁଇରେ ଜଳିଗଲା 
କେତେ ଜୀବନ, କେଉଁଠି
ଫିଙ୍ଗିଦେଲେ କେତେ ଅଛୁଆଁ ଶବ,
କେମିତି ହତ୍ୟା କଲେ ମାନବିକତାକୁ, 
କେତେ ରକ୍ତ ଲାଗିଛି ଆମ ହାତରେ । 

କାହାକୁ ପଚାରିବାନି ହିରୋସୀମ।ରୁ
ମଙ୍ଗଳାୟନ ଯାଏ ବିଜୟ ତିଳକ
କେମିତି ପିନ୍ଧିଲା ମଣିଷ ।
ପିଇଗଲା କେତେ ପ୍ରଦୂଷଣ ଜ୍ବାଳା।
ସୁନା ହରିଣୀ ପଛରେ ଧାଇଁ
ହଜାଇ ଦେଲା ଜୀବନର
କେତେ ସୁଖଶିରି।

ବାସ୍ ବହୁତ ହୋଇଗଲା !!
ଘରେ ଲୁଚି ରହିବା,
ନିଜସହ ପ୍ରତାରଣା ।
ଅ।ସ ବାସ୍ତବ ଯୁଦ୍ଧ ଲଢିବା 
ଯାହା କରିବାର ଥିଲା ବହୁପୂର୍ବରୁ।

ଦୁଇ ହାତ ପାପୁଲିରେ କିଛି ଧୂସର
ମାଟି ଉଠାଇ ଦେଖ, କେମିତି
ଚାଲିଛି  ଜୀବନର ସୃଜନ।
କେମିତି ଲୁଚି ରହିଛି କାଳକୁ
ଅତିକ୍ରମ କରିବାର ଅ।ସ୍ପୃହା। 

ଅ।ସ ଯୋଦ୍ଧା ଅ।ସ !!
ଡରିବାନି  ଯୁଦ୍ଧ କି ମୃତ୍ୟୁକୁ।
କୁହାଟ ଛାଡୁଥାଉ ଝଡ କି ପ୍ରଳୟ ।
ମାଟିରେ ପୋତି ସମ୍ଭାବନାର ବୀଜ
ସୃଜନ ଶକ୍ତିରେ ଦେବା ଧ୍ବଂସର ଜବାବ।
ସଜାଡିବା ଉଜୁଡା ଘର।
ଅ।ମ ହାତ ପାପୁଲିରେ
ଚହଟି ଉଠିବ ଦ୍ବିପତ୍ର ସବୁଜ। 
ନୂଅ। ପୃଥିବୀର ରଂଗ ।

ଅ।ସ ସତ ସ୍ବପ୍ନରେ ଜିଇ ଶିଖିବା, 
ସାଜିବା କ୍ରାନ୍ତିର ନାୟକ, ଅ।ଣିବା 
ସମ୍ଭାବନା ଓ ଅ।ଲୋକର ଧାରା ।
ଯୁଦ୍ଧରେ ମୁଣ୍ଡ ଗଡିଯିବ 'ଯାଉ',
ରକ୍ତ ବୋହିଯିବ 'ଯାଉ'।
ବିଷ ବଳୟ ଭେଦି ପୃଥିବୀକୁ
ଟେକିଦେବା ଭରା ଭରା
ହୃଦୟ ସବୁଜିମା।
ଅ।ସ ଯୁଦ୍ଧ ଲଢିବା । 
ଲଢି ଲଢି ଲେଖିବା ନୂଅ। ଇତିହାସ ।
ନ ଥିବ ଅଜଣା ଝଡ଼ କି 
ବତାସର ଭୟ ।

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics