STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ସମ୍ପର୍କ

ସମ୍ପର୍କ

1 min
207


ସମ୍ପର୍କ ଏମିତି ଶଦ୍ଦ ଯହିଁ ଆତ୍ମୀୟତା ଥାଏ ଭରି

ନୈସର୍ଗିକ ୟେ ବନ୍ଧନ ତାହା ସାମାଜିକ ଅଙ୍ଗପରି

   ବିଶ୍ଵାସେ ସମ୍ପର୍କ ବଞ୍ଚିରହି ଥାଏ

   ଅବିଶ୍ଵାସେ ତା’ର ମୃତ୍ୟୁ ହୋଇଯାଏ

   ସମ୍ପର୍କ ଗୋଟିଏ ମାଟିହାଣ୍ଡି ପରି

   ଥରେ ଭାଙ୍ଗି ଗଲେ ଯୋଡି ନହୁଅଇ

ଥରେ ତାହା ତୁଟିଗଲେ ତା’ର ସ୍ଵଚ୍ଛତା ଯାଏ ସରି

ସମ୍ପର୍କ ଏମିତି ଶଦ୍ଦ ଯହିଁ ଆତ୍ମୀୟତା ଥାଏ ଭରି ।


ସମ୍ପର୍କ ଏମିତି ଶଦ୍ଦ ସୁକ୍ଷ୍ମ ଅତୁଟ ବନ୍ଧନ ପରି

ଥରେ ଯୋଡିହୋଇ ଗଲେ ତାହା ରହେ ସବୁଦିନ ପାଇଁ

   ଯେତେ ଝଡଝଞ୍ଜା ଆସିଲେ ବି କେବେ

   ନ ପାରେ ଛଡାଇ କେବେବି ତ ଲବେ

   ବିଶ୍ଵାସ ଅଠାରେ ଲାଗି ଯାଇ ଥାଏ

   ଅବିଶ୍ବାସ ଏଠି ଶତ୍ରୁ ପରି ରହେ

ବିଶ୍ଵାସ ବନ୍ଧନ ଅଠା ଥରେ ଛିଡି ଗଲେ ଗଲା ସରି

ସମ୍ପର୍କ ଏମିତି ଶଦ୍ଦ ଯହିଁ ଆତ୍ମୀୟତା ଥାଏ ଭରି ।


ସମ୍ପର୍କ ଏମିତି ରଜ୍ଜୁ ସେତ ଦିଏ ଆପଣାର କରି

ସ୍ନେହ ମମତାର ଝୋଟ ସବୁ ଏକତ୍ରିତ ହେଲେ ଯାଇ

   ମଜଭୁତ ହୋଇ ଯାଇଥାଏ ରହି

  ସେ ରଜ୍ଜୁ ତ କେବେ ହେଲେ ଛିଣ୍ଡେନାହିଁ

  ସଞ୍ଜମତା ଆଉ ସ୍ନେହର ଡୋରିରେ

   ସମ୍ପର୍କ ଜୀବିତ ଅତୁଟ ଡୋରିରେ

ବିଶ୍ଵାସ ସଞ୍ଜମ ସ୍ନେହ ପ୍ରେମ ରଖେ ମଜଭୁତ କରି

ସମ୍ପର୍କ ଏମିତି ଶଦ୍ଦ ଯହିଁ ଆତ୍ମୀୟତା ଥାଏ ଭରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics