Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics

4  

Prafulla Chandra Mishra

Classics

କରୁଣ ନିବେଦନ

କରୁଣ ନିବେଦନ

1 min
229



ଦୁଃଖୀ ଧନ ଦୁଃଖୀ ସଙ୍ଗାତ ହେ ନୀଳ ମାଧବ

ମୋତେ ଚରଣେ ଶରଣ ଦିଅ

ପ୍ରାଣ ବନ୍ଧୁ ପ୍ରାଣ ସଙ୍ଗାତ ହେ ମୋ ପ୍ରାଣ ଧନ

ମୋତେ ଆପଣାର କରି ନିଅ ।


ଦୀନବନ୍ଧୁ ହେ ଦୀନଜନ ଡାକ ଶୁଣିବ

ସେହିଆଶା ଆଉ ଭରଷା କରିଛି

ମୋତେ ପର ନକରିବ ହେ ନୀଳମାଧବ

କେବେ ଦରଶନ ଦେବ କୁହ ମୋତେ ଆପଣାର କରି ନିଅ ।


ମହାବାହୁ ହେ, ମହାଜନ ଦେବ ଭୋଦେବ

ସରି ସରି ଆସେ ଆୟୁଷ ମୋହର

କେବେ କୁହ ଦେଖାହେବ ହେ ନୀଳମାଧବ

ପ୍ରାଣ ହେଲାଣି ମୋର ଅଥୟ ମୋତେ ଆପଣାର କରି ନିଅ ।


ଜଗବନ୍ଧୁ ହେ ତରିବାକୁ ଭବ-ଅର୍ଣ୍ଣବ

ଏ ଜୀବନ ତରୀ ଖତରା ହେଲାଣି

ଆଉ ଡେରି ନକରିବ ହେ ନୀଳମାଧବ

ମନୁ ତୁଟାଇ ଦିଅ ମୋ ମୋହ ମୋତେ ଆପଣାର କରି ନିଅ ।


କୃପାସିନ୍ଧୁ ହେ କହିବାକୁ ମନର ଭାବ

ନାହିଁତ ସାହସ ତୁମକୁ ଅଜଣା

କିବା ଅଛି ବାସୁଦେବ ହେ ନୀଳମାଧବ

ମୋର ମନୁ ଦ୍ଵନ୍ଦ କର ଅପଚୟ ମୋତେ ଆପଣାର କରି ନିଅ ।


Rate this content
Log in

Similar oriya poem from Classics