STORYMIRROR

Sibani Parida

Others

3  

Sibani Parida

Others

ସାଥୀ

ସାଥୀ

1 min
313


ଝୁରଇ ମୋ ମନ ସେଇ ବାନ୍ଦରାମି

ଅନାବନା ଯେତେ ଅଯଥା ଗପ  

ସାହେବ ହୋଇକି ଭୁଲିଗଲା ସବୁ 

ଆନ ରମଣୀରେ ରହିଲା ଲିପ୍ତ  


ଭୁଲିଗଲା ମୋର ସେନେହ ସରାଗ 

ମାନସୁ ପୋଛିଲା ମୋହରି ଚିତ୍ର  

ଆଜି ମୋର ରୂପ ବିରୂପ ଲାଗିଲା 

ଅଦରକାରୀ ମୋ ପ୍ରେମର ପତ୍ର  


କାଲି ଯେ ଆକଟି ବାରୁଆଳୀ କହି

ବାର କଥା ମୋତେ ଶୁଣାଉ ଥିଲା  

ଆଜି ସେ ଉତ୍ତରେ ବିନା ଶବଦରେ 

ସଂପର୍କକୁ ଆମ ଛିଣ୍ଡାଇ ଦେଲା  


ପ୍ରେମର ସଂପର୍କ ହୃଦୟରେ ଗଢ଼ା

କହି ଲେଖି ଦେଲେ ଯାଏନା ଛିଡ଼ି  

ତଥାପି ଚାହୁଁଛି ତୁମ ଖୁସି ଲାଗି

ପ୍ରାଣବାୟୁ ମୋର ଯାଆରେ ଉଡ଼ି  


ଦୁଃଖୀ ଜୀବନରେ କି ଲୋଭ ଥିଲାରେ 

ତୋ ପାଇଁ ସିନା ମୁଁ ବଂଚୁରେ ଥିଲି  

ତୁ ଯଦି ମୋ ବିନା ଖୁସିରେ ବଂଚିବୁ 

ଆଉ କି ବା ମୋର ଲୋଡ଼ାରେ କାଲି  ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sibani Parida

ସାଥୀ

ସାଥୀ

1 min ପଢ଼ନ୍ତୁ

ସାଥୀ

ସାଥୀ

1 min ପଢ଼ନ୍ତୁ

ସାଥୀ

ସାଥୀ

1 min ପଢ଼ନ୍ତୁ