STORYMIRROR

Chandra Vanu Malik

Others

3  

Chandra Vanu Malik

Others

ମେଘ ମହ୍ଲାର

ମେଘ ମହ୍ଲାର

1 min
402

ମେଘର ମହ୍ଲାର ଶୁଣୁ ଶୁଣୁ

ଶୁଣିଲି ଅନେକ କିଛି,

ରିମ୍ ଝିମ୍ ପାଉଁଜିର ସୁର

ଓଦା ଜୁଡୁବୁଡୁ ଛାଡିରେ ତାତି।


ମେଘମାଳାକୁ ଖେଳାଇ

ପାଇଲି ଅଚିହ୍ନା ସଖି,

ବିଜୁଳିର ଚମକତା ସହ

ହସୁଥିଲା ମୁରୁକି ମୁରୁକି।


ଅନ୍ଧାରୁଆ ଆକାଶକୁ ଚାହିଁ

ଲେଖୁଥିଲି ତା' ପାଇଁ ଚିଠି,

ପ୍ରୀତିର କଳସି ଉଚ୍ଛୁଳି ଆସିଲା

ଲିଭିଗଲା ସବୁତକ ପଙ୍-କ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍