STORYMIRROR

Purnimarani Sahoo

Abstract

3  

Purnimarani Sahoo

Abstract

ଆଶା

ଆଶା

1 min
226

କିଛି ଆଶା ଲୁଚି ଯାଏ

ସିକ୍ତ କରି ଅଧର

ଆଉ କିଛି କହିଯାଏ, ଧର୍ଯ୍ୟ ଧର

ପାହିଯିବ ନିଶ୍ଚେ ଏ ସମୟର ପ୍ରହାର

କିଛି ଆଶା ଲୁଚାଯାଏ,ବୁକୁ କରି ପଥର

ଆଉ କିଛି ଡେଣା ପାଇ ଉଡିଯାଏ ସୁଦୂର

ତଥାପି ଆଶାର କାହିଁ ହୁଏ ନାହିଁ ଅନ୍ତ

ପୁଣି ଆସି ବସା ବାନ୍ଧି କରେ ହନ୍ତସନ୍ତ

ବୁଲି ବୁଲି କହି ଆସେ ବିଶ୍ୱାସ ନ ହାର

ଭୁଲିବନି ଏ ଅଧମ ତୁମ ସ୍ନେହର ମୋହର

ଆଶା ପଛେ ଆଶାରେ ହିଁ ରହିଯାଉ,

ସମୟର ଚକ୍ର ଯେତେ ମୋଡ ନେଉଛି ନେଉ

ରହିବି ମୁଁ ତୁମ ବନ୍ଧୁ ଟେ ହୋଇ,

ବାକିସବୁ କରି ପର

ଜାଣ ତୁମେ, ନିରବତା ମୋର ସମୟର ଦାସ

ଆଶା ମୋର, ସମାଜ ପାଇଁ ପରିହାସ

ତୁମେ ମୋ କୋମଳିନୀ, ହୃଦୟ ମୋ ତୁମ ବାସ

ତୁମ ଦୁଇ ମୁକ୍ତା ଆଖି, ଚୁଲୁବୁଲି ମୋ ପ୍ରିୟ ମିକି,

ଶିଘ୍ର ଭେଟିବି ବୋଲି ଆଶା ଯେ ମୋହର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract