STORYMIRROR

Purnimarani Sahoo

Romance

3  

Purnimarani Sahoo

Romance

ଆସିଛି ମୁଁ

ଆସିଛି ମୁଁ

1 min
267

ଚାହୁଁଥିଲନା ତୁମ, ମୁଁ ପୁଣି ଥରେ ଆସେ

ଅହମିକା ତିମିରର ଫାସ ଛିଡାଇ

ଶୀତଳତାର ଆଭା ସାଥିରେ ଧରି

ଅମୃତ ପରଶରେ ପବିତ୍ର ପ୍ରେମର ଅଭିର 

ପୁଣିଥରେ ବୋଳିଦେଇ ଯାଏ

ଦେଖ ଆସି ଥରେ, ଆସିଛି ମୁଁ।


ନିସ୍ତବ୍ଧ ରାତ୍ରିର ଭଇଁଷା ଅନ୍ଧାରରେ

ଉପାର୍ୟ୍ଯୁ ପରି ସଂଘର୍ଷ କରି

ସେ ଗାଢ଼ କୃଷ୍ଣ ବର୍ଣ୍ଣର ବାଦଲକୁ କାଟି

ମୋର ଶିତଳ ଜ୍ୟୋସ୍ନା ଢାଳି

ତୁମ ମନର ଅନ୍ତଃଜ୍ଜଳା ଦ୍ୱନ୍ଦକୁ

ବିନଷ୍ଟ କରି ପୁଣି ଥରେ ତୁମ ମନର

ଦିବ୍ୟତା ଭରି ଦେବାକୁ ଆସିଛି ମୁଁ।


ମୁକ୍ତ ଅମ୍ବରର ସ୍ୱଚ୍ଛ ପଟଳରେ

ପୂର୍ଣ୍ଣ ରୂପରେ ସୃଙ୍ଗାର ସାରି

ତୁମ ମନ ଗାଲିଚାର 

କୋମଳ କମଳର ସ୍ପର୍ଶ ଅଭିଳାଷେ

ତୁମ ପ୍ରାଙ୍ଗଣକୁ ଆଜି ଆସିଛି ମୁଁ।


ଆସ ଆସ ହେ ପ୍ରେମିକ ପ୍ରବର

ତୁମ ପଦ୍ମ ଲୋଚନ ଦର୍ଶନ ନିମିତ୍ତ

ଅଧିର ଆଜି ମୋ ବକ୍ଷର ରୁଧିର

ଅଥୟ ଆଜି ଏ ମନ ମୋହର

ଆସ ହେ ପ୍ରିୟତମ ବିଳମ୍ବ ନ କର।


ତୃପ୍ତ କରି ମୋର ନେତ୍ର ଯୁଗଳ

ପୁନଃ ନିଶିଥିନୀ ଯଦି କରେ ମତେ କବଳ

ହାରିଯିବ ନାହିଁ ହେ ପ୍ରିୟ ଭ୍ରାନ୍ତି ମୋର

 ତିମିରର ଦୃଢ଼ ଫାସ ଛିଡାଇ

ସବୁ ପ୍ରତିକ୍ଷାର ଅନ୍ତ ଘଟାଇ

ସଂପୂର୍ଣ୍ଣ ହୋଇ ନିଶ୍ଚୟ ଦିନେ ଆସିବି ମୁଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance