STORYMIRROR

Purnimarani Sahoo

Others

3  

Purnimarani Sahoo

Others

ପିଲା ଦିନ

ପିଲା ଦିନ

1 min
231

ପିଲା ଦିନର ସେ ଜିଦି

ପୂରଣ ନହେଲେ ଗଡିଯାଏ ମୁଁ କାନ୍ଦି କାନ୍ଦି।

କାନ୍ଦ ଦେଖି ବାପା ଟେକି ନିଅନ୍ତି

ଭୁଁ ରେ ବସାଇ ସାରା ବଜାର ବୁଲାନ୍ତି।

ମିଛି ମିଛି କରେ ପେଟ କାମୁଡାର ବାହାନା

ପଇଡ ପିଇଲେ ହୁଏ ଦୂର, ମିଛ ଯନ୍ତ୍ରଣା।

ବାପା ଟେକି ମତେ ଉପରକୁ ପକାନ୍ତି

ଭାବେ ମୁଁ ଆକାଶେ ଉଡୁଛି, ସବୁ ଖୁସି ପାଇଛି।

ପେଚରା କୁକୁର ଛୁଆଙ୍କୁ ଧରି ଯେତେ ମୁଁ ବୁଲିଛି

ମା' ଠାରୁ ଗାଳି ମାଡ କେତେ ମୁଁ ଖାଇଛି।

ଜାଣେନା ମୁଁ ଅଲଗା ରୋଗର ଅଲଗା ଔଷଧ

ଜେଜେଙ୍କ ଦେହ ଖରାପ ଶୁଣି ଧାଇଁ ଆସେ ଧରି ମୋ ସିରପ।

ବାର ମାସେ ତେର ପରବର କରେ ମୁଁ ଅଲଗା ସଜ,

ଛୁଆ ଚଉଁରା କରି ଆଙ୍କେ ମୁରୁଜ, ଗେଟମାରେ ଗଢଇଁ ରଥ।

ଛୋଟିଆ ଗଛରେ ଆମ୍ବ ଫଳିବା ଆଶାରେ ଗଇଁଠା ଯେତେ ଫିଙ୍ଗିଛି,

ଭାଇ, ଭଉଣୀଙ୍କ ସହ ଡଙ୍ଗି ଭସେଇବା ମଜା ଆଉ କି ମିଳୁଛି।

ଘରେ ସାନ, ଗେଲ୍ହୀ ଝିଅ ମୁଁ ଅଟେ ସଭିଙ୍କର

ମତେ ନ ଚିଡେଇଲେ ଖାଦ୍ୟ ହଜମ ହୁଏନି କାହାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍