STORYMIRROR

Purnimarani Sahoo

Others

3  

Purnimarani Sahoo

Others

କିଛି ମୁହୂର୍ତ୍ତ

କିଛି ମୁହୂର୍ତ୍ତ

1 min
172

ସମୟ ଡାଳରୁ ଝଡି ପଡିଥିବା କିଛି ମୁହୂର୍ତ୍ତ

ଜଳ ବିହୁନେ ଆଜିବି ଅଛି ସତେଜ

ହୃଦୟ ରୂପି ଭୂମିରୁ ସାଇତା ଖଣିଜ

ଆଜିବି ତା ଅଙ୍ଗେ ଅଙ୍ଗେ ଜଡିତ।

ବେସାହାରା ହେବା ତ ବୃନ୍ତର ଦୋଷ

ହେଲେ ସେ କିଛି ମୁହୂର୍ତ୍ତର ସ୍ମୃତିକୁ ଜାବୁଡି ଧରି

ବାଆ ସାଥେ ନିରାଶ ହୋଇ ଉଡିଯିବା 

ତ ତା' ଭାଗ୍ୟର ଆଶିଷ।

ନା ଦେବ ସେ ସମୟକୁ ଦୋଷ

ନା ପଚାରିବ ସେ ବୃନ୍ତକୁ ପ୍ରଶ୍ନ ?

ବାସ୍ ସେଇ ଭୂଇଁରୁ କଅଁଳି ଭୂଇଁରେ

ମିଶିବା ହିଁ ତ ତା'ର ସଂଘର୍ଷମୟ ଜୀବନ।



Rate this content
Log in