STORYMIRROR

Purnimarani Sahoo

Tragedy

4  

Purnimarani Sahoo

Tragedy

ହେଲେ ମୁଁ ନିରୁପାୟ

ହେଲେ ମୁଁ ନିରୁପାୟ

1 min
523

ସୁପ୍ତ ଇଚ୍ଛା ମାନଙ୍କୁ ଉଦ୍ଜିବିତ କରି

ନିରୁଦିଷ୍ଟ ସଂପର୍କର ସଂଜ୍ଞା ଖୋଜି 

ନିଃସଙ୍ଗତାର ବ୍ୟଥାରୁ ମୁକ୍ତି ଆଶାରେ

ଅସହାୟତାର ଶିକୁଳି ଛିଡାଇ

ଛଳନାର ମଖମଲ୍ଲୀ ପରଦା ଫଟେଇ

ଜହ୍ନର ଝାପ୍ସା ଆଳୁଅରେ

ମୁଁ ନିଜକୁ ମୁକ୍ତ କରିବାକୁ ଚାହୁଁଥିଲି

ହେଲେ ଆଜି ମୁଁ ନିରୁପାୟ, ।


ଶୂନ୍ୟତାରୁ ପରିପୂର୍ଣ୍ଣତା ଲଭିବା ଆଶାରେ

କିଛି ଅସଜଡା ସ୍ୱପ୍ନକୁ ପୁଣି ସଜାଡି

କିଛି ଅକୁହା ଅଭିମାନକୁ ପୁଣି ଗୁନ୍ଥି

ବେଦନାସିକ୍ତ ଲୁହର ଧାରକୁ ପୋଛି

ସଂଜ୍ଞାହୀନ ପ୍ରେମକୁ ସଂଜ୍ଞା ଦେବା ପାଇଁ

ସମାଜ ରୂପି କରାଳ ପଙ୍କରୁ ମୁକୁଳି

ମୁଁ ଆର୍ଦ୍ର ବୀଜ ପରି ଅଙ୍କୁରିତ ହେବାକୁ ଚାହୁଁଥିଲି

ହେଲେ ଆଜି ମୁଁ ନିରୁପାୟ, ।


ଲବଣାକ୍ତ ସାଗରରେ ତୃଷ୍ଣା ମେଣ୍ଟାଇବାର

ବୃଥା ଚେଷ୍ଟାରୁ ପାସୋରି ଆସି

ମୋର ଅର୍ଦ୍ଦମୃତ ଶରୀରକୁ ବଞ୍ଚାଇବା ପାଇଁ

ଅନେକ ଅପରିଚିତ ରାସ୍ତାର ଗୋଲକ ଧନ୍ଦା ପାରି ହୋଇ

ଅର୍ଥହୀନ କୋଳାହଳ ବଜାରର ଭିଡ ଭେଦି

ଜହ୍ନର ଅମୃତମୟ ଶୀତଳ ଜ୍ୟୋସ୍ନା ପାନ ଆଶାରେ

ମୁଁ ସେ ଅକ୍ଷୁର୍ଣ୍ଣ ଅନ୍ଧକାର ଭେଦି ଆଗକୁ ବଢିବାକୁ ଚାହୁଁଥିଲି

ହେଲେ ମୁଁ ଆଜି ନିରୁପାୟ, ।


କେଜାଣି କେଉଁ ଏକ ବେସ ପରିଚିତ ହାତ

ବୋଧହୁଏ ଛଦ୍ମବେଶ ଧରି ମତେ ପଛକୁ ଟାଣୁଛି।

ଅଙ୍କୁରିତ ହେଉଥିବା ଆଶାକୁ ଜଳାଞ୍ଜଳି ଦେଇ

ଛଳନାରେ ସ୍ୱାଧୀନତାର ଆଶ୍ୱାସନା ଦେଇ

ସପନର ଗୋଲାପ ବଣକୁ ଟାଣି ନେଉଛି।

ପୁଣି ଥରେ କ୍ଷତାକ୍ତ ହୃଦୟର କମ୍ପିତ ହାତରେ

ମୋହ ମାୟାର ଚାବିକାଠି ଧରିବାକୁ ବାଧ୍ୟ କରୁଛି।

ଜିଜ୍ଞାସାହୀନ ଜୀବନର ଭାଗିଦାରୀ ହେବାକୁ

ସଂପର୍କ ଆଉ କର୍ତ୍ତବ୍ୟର ଦ୍ୱାହି ଦେଇ

ପୁଣି ମୋ ହାତ ଧରି ପଛକୁ ଟାଣୁଛି।

ଆଉ ଆଜିବି ମୁଁ ନିରୁପାୟ,

ଜୀବନର ଦୋଛକି ଘାଇରେ ପଡି

ସମୟର ତାଡନା ସହି ସହି

ନିର୍ବାସିତ ହୋଇ ପଡି ରହିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy