ବିଚିତ୍ର ଲୀଳା
ବିଚିତ୍ର ଲୀଳା
ପ୍ରଭୁ ହେ
ପହିଲି ଆଷାଢ଼େ ତୁମ ଶେଷ ଯାତରା
ବିଜୁଳି ମାରଇ ଝରେ ଝିପିଝିପି ବର୍ଷା ର ଧାରା;
ରଥ ଚାଲେ ବଡଦାଣ୍ଡେ ଆହାକି ତୋରା
ପ୍ରଭୁ ହେ ।
କର୍ମ ବେଦୀ ନୀଳାଚଳ ଯାଉଛ ଛାଡି
ମାଉସୀ ମା’ ଚାହିଁଛି ପୋଡପିଠା କରି
ଭାଇ ଭଉଣୀ ଙ୍କ ସଙ୍ଗେ “ନକରି ଡେରି
ଆସ”ଏହିତ ତୁମର ବିଚିତ୍ର ଲୀଳା, ପ଼ରଭୁ ହେ ।
ଖାଲି ଦିଶେ ଶ୍ରୀମନ୍ଦିର ନାହିଁ ଗହଳି
ଆନନ୍ଦ ବଜାର ଆଜି ଦିଶୁଛି ଖାଲି
ଲକ୍ଷ୍ମୀ ଠାକୁରାଣୀ ଦୁଃଖେ ମନକୁ ମାରି
ବସିଛ
ନ୍ତି ରୋଷଶାଳେ ପଡିଛି ତାଲା, ପ୍ରଭୁ ହେ।
ଆଡପ ମଣ୍ଡପେ ଏବେ ବଡ ଗହଳି
ଆଡପ ବେଦୀରେ ବସି କରୁଛ କେଳି
ଉଛୁଳି ଉଠୁଛି ଆଜି ଶରଧାବାଲି
କେମିତି ବର୍ଣ୍ଣିବି ପ୍ରଭୁ ତୁମରି ଲୀଳା, ପ୍ରଭୁ ହେ।
ବିଶ୍ଵ ବ୍ରହ୍ମାଣ୍ଡ ର ତୁମେ ମହା ନାୟକ
ନୀଳାଚଳ ନାଥ ତୁମେ ମୁକ୍ତି ଦାୟକ
ରଥରେ ବାମନ ତୁମେ ହରେ ପାତକ
ଭକତ ହାତରେ ତୁମେ ଦେଉଛ ଧରା, ପ୍ରଭୁ ହେ.।
ସଂସାର ଦାୟିତ୍ଵ ପରା ତୁମରି ହାତେ
ତୁମ ବିନା ପତ୍ର ନହଲଇ ଜଗତେ
ତୁମେ ଜ୍ଞାନ ଧର୍ମ କର୍ମ କଳା ସାଆନ୍ତେ
ଯୁଗେ ଯୁଗେ ଏହିପରି କରୁଥା ଲୀଳା, ପ୍ରଭୁ ହେ ।