Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract Classics Fantasy

3  

Jayashree Maharana

Abstract Classics Fantasy

ଆସିଛି ଫଗୁଣ

ଆସିଛି ଫଗୁଣ

1 min
210


ଆନନ୍ଦ ଫୁଆର ନେଇ ଆସିଛି ଫଗୁଣ

ଛୁଇଁ ଛୁଇଁ ଯାଏ ଆହା  ମଳୟ ପବନ

ତନୁମନେ ଭରିଯାଏ ମିଠା  ଶିହରଣ

ପ୍ରୀତିରେ ତଲ୍ଲୀନ ମନ ବିଭୋର ପରାଣ।।


ବନେ ଉପବନେ ଶୋଭା ପାଉଛି ସୁମନ

ହସୁଛି  ସୁଗନ୍ଧ  ତାର  କରି ବିତରଣ

ପ୍ରୀତିର ରାଗିଣୀ ସୁରେ ମଧୁପ ଉଚ୍ଛନ୍ନ

ମଧୁ ପାନ ପାଇଁ ଭ୍ରମେ କରି ଗୁଞ୍ଜରଣ ।।


ଶୁଭୁଅଛି କୋଳିଳର କୁହୁ କୁହୁ ତାନ

ବକୁଳର ବାସ ଛୁଟି ଚଉଦିଗେ ପୂର୍ଣ୍ଣ

ପାଦପେ ନବ ପଲ୍ଲବ କ୍ରୀଡ଼ାରେ ମଗନ

ସବୁଜିମା ଭରା ଧରା ରଙ୍ଗରେ ଆଛନ୍ନ ।


ଦୋଳ ପରେ ବିଜେ ହୋଇ ଶ୍ରୀରାଧା ମୋହନ

ଢାଳୁଛନ୍ତି ପ୍ରୀତିବାରି ସର୍ବେ କର ପାନ ।


 






Rate this content
Log in

Similar oriya poem from Abstract