Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Classics Fantasy

3  

Raja Sekhar CH V

Abstract Classics Fantasy

ନୈସର୍ଗିକ ନୈକଟ୍ୟ

ନୈସର୍ଗିକ ନୈକଟ୍ୟ

1 min
226


ମନୋହରୀ ପ୍ରକୃତିର ସାମୀପ୍ୟରେ ରୁହନ୍ତୁ,

ସବୁଜ ଲଳିତ ସୁନ୍ଦରବନର ବୀକ୍ଷଣ କରନ୍ତୁ,

ବିହଙ୍ଗଙ୍କର ମଧୁର କୂଜନ କଳରବ ଶୁଣନ୍ତୁ,

ଏକ ଅବର୍ଣ୍ଣନୀୟ ଅଭିନବ ଅନୁଭବ ପାଆନ୍ତୁ |୧|


ଧାରାପାତର ଶିହରିତ ଧ୍ୱନି ଶୁଣନ୍ତୁ,

ଝରାଝୋର ଝରଣାର ସ୍ୱର ଶୁଣନ୍ତୁ,

ମହାନଦୀର କଳକଳ ନାଦ ଶୁଣନ୍ତୁ,

ସାଗର ଲହରର କୋଳାହଳ ଶୁଣନ୍ତୁ |୨|


ନୀଳ ନଭର ଅପାର ସୀମା ଦେଖନ୍ତୁ,

ସୂର୍ଯ୍ୟୋଦୟର ସୁବର୍ଣ୍ଣ ଆଭା ଦେଖନ୍ତୁ,

ପୂର୍ଣ୍ଣଚନ୍ଦ୍ରଙ୍କର ଶୀତଳ କିରଣ ଦେଖନ୍ତୁ,

ଅଗଣିତ ତାରକା ନକ୍ଷତ୍ରପୁଞ୍ଜ ଦେଖନ୍ତୁ |୩|


ପ୍ରସ୍ଫୁଟିତ ରଙ୍ଗବେରଙ୍ଗ କୁସୁମ ଦେଖନ୍ତୁ,

ମୁକୁଳିତ ସୁଗନ୍ଧିତ ସୁମନର ଆନନ୍ଦ ନିଅନ୍ତୁ,

ଫୁଲ ଉପରେ ବୁଲୁଥିବା ଭଅଁରଙ୍କୁ ଦେଖନ୍ତୁ

ଉଦ୍ୟାନରେ ଉଡ଼ୁଥିବା ପ୍ରଜାପତିଙ୍କୁ ଦେଖନ୍ତୁ |୪|


କୋଇଲିର କୁହୁ କୁହୁ କାକଳି ଗାନ ଶୁଣନ୍ତୁ,

ଶୁଆ ମଇନାର ଅନୁନାଦ ତାନମାନ ଶୁଣନ୍ତୁ,

ମନୋଜ୍ଞ ମୟୂରର ଲଳିତ ଲାସ୍ୟ ଦେଖନ୍ତୁ,

ମାନସରୋବରର ହଂସ ସନ୍ତରଣ ଦେଖନ୍ତୁ |୫|


ଗଗନରେ ଗୋଧୂଳିର ନିଷ୍ପ୍ରଭ ଆଲୋକ ଦେଖନ୍ତୁ,

ବୃଷ୍ଟିପାତ ଅନନ୍ତର ଇନ୍ଦ୍ରଧନୁର ସପ୍ତରଙ୍ଗ ଦେଖନ୍ତୁ,

ଶୈଳ ଶିଖରରେ ପ୍ରତିଧ୍ୱନିତ ଲୟ ଗୁଞ୍ଜନ ଶୁଣନ୍ତୁ,

ନୈସର୍ଗିକ ନୈକଟ୍ୟର ଅଭିଜ୍ଞତା ଅନୁଭୂତି ପାଆନ୍ତୁ |୬|



Rate this content
Log in

Similar oriya poem from Abstract